କଟକ ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ
Khabar Odisha:Crime-Odisha-Cuttuck-Murder-case-Accused-arrested
କଟକ, ଜୁନ ୦୧୧(ଖବର ଓଡ଼ିଶା):

କଟକ ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ହାପିକୁ ଧରିବାରେ ସକ୍ଷମ ହୋଇଛି ।

କଟକ ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଅଥବା ମାଷ୍ଟରମାଇଣ୍ଡ ବିଶ୍ୱରଞ୍ଜନ ମହାନ୍ତି ଓରଫ ହାପିକୁ ଯୋବ୍ରାରୁ ମାଲଗୋଦାମ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତ ହାପିକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ତିନିଜଣ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, କଟକ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ମାଛ ମାରିବାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା । ସେଥିରେ ମାଟିଆ ମଙ୍ଗଳା ସାହିର ତପନ ନାୟକ କଟକ ଏସ୍‌ସିବି ମେଡ଼ିକାଲରେ ପ୍ରାଣ ହରାଇଥିଲେ। ଦୁଇଦିନ ପୁର୍ବେ ଯୋବ୍ରାରେ ମାଛ ମାରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସଙ୍ଘର୍ଷ ବେଳେ ହାପି ମହାନ୍ତି ନାମକ ଜଣେ ବ୍ୟକ୍ତି ତପନଙ୍କ ପେଟରେ ଛୁରୀ ଭୁଷି ଦେଇଥିଲେ ।

  • Tags:

Subscribe

National International State Sports Entertainment