ମାସୁଦକୁ ବଞ୍ଚାଇବା କାରଣରୁ ଜୋର ଧରିଲା ଚୀନ ସାମଗ୍ରୀ ବହିଷ୍କାର ଦାବି, କଣ ଏବେ ପଛଘୁଞ୍ଚା ଦେବ ଚୀନ ?
Khabar Odisha:National-odisha-boycott-chinese-products-trends-on-social-media-as-china-shields-masood-azhar
ନୂଆଦିଲ୍ଲୀ,ମାର୍ଚ୍ଚ୧୪(ଖବର ଓଡ଼ିଶା):

 ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ଚୀନ ପୁଣି ଥରେ ବାଟ ଓଗାଳି ନିଜର ଭିଟୋ କ୍ଷମତା ବଳରେ ମାସୁଦ ଆଝାରକୁ ବିଶ୍ଵ ଆତଙ୍କୀ ଘୋଷିତ କରିବାକୁ ଦେଇ ନାହିଁ। ଏହା ପରେ ଭାରତରେ ଚୀନ ସାମଗ୍ରୀକୁ ବହିଷ୍କାର କରିବା ଅପିଲ ଆରମ୍ଭ ହୋଇ ଯାଇଛି। ସାମାଜିକ ଗଣମାଧ୍ୟମରେ #BoycottChineseProducts ଏବଂ #BoycottChina ଟ୍ରେଣ୍ଡ କରିବାକୁ ଲାଗିଛି। ଲୋକେ ଦେଶଭକ୍ତି ଜାହିର କରି  ଚୀନ ସାମଗ୍ରୀ ନକିଣିବାକୁ ଅପିଲ କରିଛନ୍ତି। କଣ ଏହା ସମ୍ଭବ

ଦୁଇ ଦେଶର କାରବାର ଉପରେ ଏକ ନଜର

- ଚୀନ ଭାରତର ସବୁଠୁ ବଡ଼ କାରବାର ସହଯୋଗୀ। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ମୁତାବକ, ୨୦୧୭-୧୮ରେ ଭାରତରୁ ଚୀନକୁ  ୧୩.୩ ଅରବ ଡଲାର(୯୨୦ ଅରବ ଟଙ୍କା) ରପ୍ତାନୀ ହୋଇଥିବା ବେଳେ ଚୀନରୁ ୭୬.୪ ଅରବ ଡଲାର(୫୩୪୮ ଅରବ ଟଙ୍କା) ଆମଦାନୀ ହୋଇଛି। 

- ଏହି ପରି ଭାରତକୁ ୬୩ ଅରବ ଡଲାରର କାରବାର କ୍ଷତି ସହିବାକୁ ପଡୁଛି। ଚୀନରୁ  ଭାରତର ଆମଦାନୀ କ୍ରମାଗତ ବୃଦ୍ଧି ପାଇ ଚାଲିଛି। ୨୦୧୬-୧୭ରେ ଚୀନଠୁ ୫୧.୧୧ ଅରବ ଡଲାର ଆମଦାନୀ ହୋଇଥିଲା।

- ଦିଲ୍ଲୀର ସଦର ବଜାରର ଜଣେ ବ୍ୟବସାୟୀ ପ୍ରମୋଦ ଗୁପ୍ତା କହିଛନ୍ତି ଯେ, ଚୀନର ଉପହାର ଆଇଟମ୍ ଏଥିପାଇଁ ବହୁତ ଲୋକପ୍ରିୟ କାରଣ ତାହା ବହୁତ ଶସ୍ତା, ବହୁତ ସୁନ୍ଦର ଏବଂ ବହୁତ ଆକର୍ଷିତ ହୋଇଥାଏ। 

- ଏହି ସମୟରେ ପୂରା ସଦର ବାଜାର ଚୀନରୁ ହିଁ ସାମଗ୍ରୀ ଆଣୁଛନ୍ତି ଏବଂ ଗ୍ରାହକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଯେ, କିଛି ନୂତନ ମିଳିଲା, ଶସ୍ତା ମିଳିଲା ଏବଂ ତାହା ବହୁତ ସୁନ୍ଦର।

ଚୀନ ସାମଗ୍ରୀ

ବିଶେଷଜ୍ଞଙ୍କ ମୁତାବକ, ଭାରତ ଶକ୍ତି ଓ ମେଡିସିନ ପାଇଁ ଚୀନ ଉପରେ ବହୁତ ନିର୍ଭରଶୀଳ। ଭାରତର ସୋଲାର ମାର୍କେଟ୍ ଚୀନ ଉତ୍ପାଦ ଉପରେ ବହୁତ ନିର୍ଭର କରେ। ଗତ ୪୦ ବର୍ଷରେ ଚୀନ ୟୁରୋପୀୟ ଦେଶଠୁ ବହୁତ କିଛି ଶିକ୍ଷା ଲାଭ କରିଛି। ତେଣୁ ଜ୍ଞାନ କୌଶଳକୁ ଉନ୍ନତ କରି ସାମଗ୍ରୀକୁ ଶସ୍ତାରେ ବିକ୍ରି କରୁଛି। 

ଦୁଇ ଦେଶର ଅର୍ଥ ବ୍ୟବସ୍ଥା

ଚୀନର ଅର୍ଥବ୍ୟବସ୍ଥାର ଆକାର ୧୧.୫ ଟ୍ରିଲିୟନ ଡଲାରର ହୋଇଥିବା ବେଳେ ଭାରତ ଅର୍ଥବ୍ୟବସ୍ଥା ଚୀନ ତୂଳନାରେ ୫ ଗୁଣ ଛୋଟ। ଭାରତର ଅର୍ଥବ୍ୟବସ୍ଥା ୩ ଟ୍ରିଲିୟନ ଡଲାର। ପ୍ରୋଫେସର ଦୀପକ କହିଛନ୍ତି ଯେ, ଚୀନ ଓ ଜାପାନ  ମଧ୍ୟରେ ୩୦୦  ବିଲିୟନ ଡଲାରର କାରବାର ହୋଇଥାଏ। ଦୁଇ ଦେଶ ମଧ୍ୟରେ ଶତ୍ରୁତା ଏତେ ଚରମରେ ଥିଲେ ମଧ୍ୟ ଯୁଦ୍ଧ ହୁଏ ନାହିଁ। ଏହାର କାରଣ କାରବାର। ଏହି ମାମଲାରେ ଭାରତର ଅସ୍ଥିତ୍ଵ ବହୁତ ଦୁର୍ବଳ। 

ଚୀନ ଦୁନିଆର ଆର୍ଥିକ ବିକାଶରେ ୩୩ ପ୍ରତିଶତ ଯୋଗଦାନ ଦେଉଛି। ଆମେରିକା ସହିତ ଚୀନର ବାର୍ଷିକ କାରବାର ୪୨୯ ବିଲିୟନ ଡଲାରର। ଏମିତିରେ ଭାରତ ସହିତ ଚୀନର ବାର୍ଷିକ କାରବାର ୭୦ ବିଲିୟନ ଡଲାର। ତେଣୁ ୧୧.୫ ଟ୍ରିଲିୟନ ଡଲାରରୁ ଭାରତର ଛୋଟ ଅଂଶ ବାହାରିଗଲେ ମଧ୍ୟ ଚୀନ ଉପରେ କୌଣସି ଫରକ ପଡ଼ିବ ନାହିଁ।

  • Tags:

Subscribe

National International State Sports Entertainment