ସୋନି ଟିଭିର ଲୋକପ୍ରିୟ ବ୍ୟବସାୟ ରିଆଲିଟି ସୋ ସାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ- ୩ ଧମାଲ କରୁଛି।ଭିନିତା ସିଂ, ଅମାନ ଗୁପ୍ତା ଏବଂ ରାଧିକା ଗୁପ୍ତା, ରିତେଶ ଅଗ୍ରୱାଲ ଚଳିତ ସିଜିନ୍ ରେ ବିଚାରକ ଅଟନ୍ତି। ଏହି ଶୋ’ରେ ଏକରୁ ଅଧିକ ଉଦ୍ୟୋଗୀ ଆସି ସେମାନଙ୍କ ବ୍ୟବସାୟ ଆଇଡିଆକୁ କହି ଅର୍ଥ ପାଇବାକୁ ଚେଷ୍ଟା କରୁଛନ୍ତି | ସାର୍କ ଟ୍ୟାଙ୍କ ଇଣ୍ଡିଆ ର ବିଚାରକମାନେ ମଧ୍ଯ ଯାହାର ବ୍ୟବସାୟ ମଡେଲକୁ ପସନ୍ଦ କରୁଛନ୍ତି ସେଠାରେ ବିନିଯୋଗ ମଧ୍ୟ କରୁଛନ୍ତି | ଏହି ଶୋ ସେହି ଉଦ୍ୟୋଗୀମାନଙ୍କୁ ଏକ ପ୍ଲାଟଫର୍ମ ଦେଇଥାଏ ଯେଉଁମାନେ ନିଜେ ବ୍ୟବସାୟ ଆରମ୍ଭ କରନ୍ତି ଏବଂ ସେମାନଙ୍କ ବ୍ୟବସାୟ ବଢାଇବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚାହାଁନ୍ତି |
ଚଳିତ ସିଜିନ୍ ରେ ଓଡିଶାରୁ ଦୁଇ ଉଦ୍ୟୋଗୀ ଏହି ଶୋ ରେ ଭାଗ ନେଇଛନ୍ତି। ସେମାନେ ଦୁଇ ଜଣ ହେଲେ ଏନଆଇଟି, ରାଉରକେଲାର ଛାତ୍ର ବିଶ୍ବଜିତ ସ୍ବାଇଁ ଓ ଦେବେନ୍ଦ୍ର ପ୍ରଧାନ। ଏହି ଦୁଇ ଜଣଙ୍କ କୋରାଟିଆ ଟେକ୍ନୋଲୋଜି ଦ୍ୱାରା ଦୁଇଟି ମାନବ ବୀହିନ ରୋବର୍ଟ ତିଆରି କରିଛନ୍ତି ଯାହାର ନାମ ହେଉଛି 'ଜଳ ଦୁତ ଓ ଜଳସୀମା '। ଏହି ରୋବର୍ଟ ନଦୀ ଏବଂ ସମୁଦ୍ର ଅତି ଭିତରକୁ ଯାଇ ପରୀକ୍ଷା ନୀରିକ୍ଷା କରିବା ସହିତ ସମସ୍ତ ତଥ୍ଯ ମଧ୍ଯ ପ୍ରଦାନ କରିବ। ଏହି ରୋବର୍ଟ ଲାଇଭ୍ ରିପୋର୍ଟ ଦେବ। ଦୁଇ ଉଦ୍ୟୋଗୀଙ୍କ ପ୍ରୋଜେକ୍ଟ ସମସ୍ତ ବିଚାରକ ମଣ୍ଡଳୀଙ୍କୁ ପସନ୍ଦ ଆସିଥିବା ବେଳେ ଓୟୋ ଫଣ୍ଡର ରିତେଶ ଅଗ୍ରୱାଲ ଏହି ପ୍ରୋଜେକ୍ଟରେ ନିବେଶ କରିବାକୁ ସମ୍ମତି ହୋଇଥିଲେ।ଏହି ଚୁକ୍ତିରେ ସେମାନେ ରାଜି ମଧ୍ଯ ହୋଇଛନ୍ତି। ୧% ଇକ୍ୱିଟି ରେ ୮୦ ଲକ୍ଷ ଚୁକ୍ତିରେ ରାଜି ହୋଇଛନ୍ତି।ପ୍ରତିଯୋଗୀ ମାନେ ପ୍ରକାଶ କରିଛନ୍ତି ଯେ ସେମାନେ ୧୫୦ କୋଟି ଟଙ୍କାର ଅଫର ମଧ୍ଯ ପାଇଛନ୍ତି ହେଲେ ଅଧିକ ଗବେଷଣା ପାଇଁ ଅଫର କୁ ପ୍ରତ୍ଯାଖ୍ଯାନ କରି ଦେଇଛନ୍ତି।
ସେମାନେ ଓଡ଼ିଶାର ହୋଇଥିବାରୁ ରିତେଶ ସେମାନଙ୍କୁ ପ୍ରଥମେ 'ବନ୍ଦେ ଉତ୍କଳ ଜନନୀ' ଓଡିଆରେ ଅଭିବାଦନ କରି ସ୍ବାଗତ କରିଥିଲେ।