ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଭାରତୀୟ ଷ୍ଟକ୍ ମାର୍କେଟ ହଙ୍ଗକଙ୍ଗକୁ ଅତିକ୍ରମ କରି ବିଶ୍ୱରେ ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି । ବ୍ଲୁମବର୍ଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସୋମବାର ଭାରତୀୟ ବିନିମୟରେ ତାଲିକାଭୁକ୍ତ ଷ୍ଟକଗୁଡିକର ମିଳିତ ମୂଲ୍ୟ ୪.୩୩ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଏଥି ସହିତ ହଙ୍ଗକଙ୍ଗର ଷ୍ଟକଗୁଡିକର ମିଳିତ ମୂଲ୍ୟ ୪.୨୯ ଟ୍ରିଲିୟନ ଆମେରିକୀୟ ଡଲାର ଥିଲା।
ଡିସେମ୍ବର ୫, ୨୦୨୩ ରେ ପ୍ରଥମ ଥର ପାଇଁ ଭାରତର ଷ୍ଟକ୍ ମାର୍କେଟର ପୁଞ୍ଜିକରଣ ୪ ଟ୍ରିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଛି । ବିଶ୍ୱର ଶୀର୍ଷ ତିନୋଟି ଷ୍ଟକ୍ ମାର୍କେଟ ହେଉଛି ଆମେରିକା, ଚୀନ୍ ଏବଂ ଜାପାନ । ଗତ ୧୨ ମାସ ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟରେ ନିବେଶ କରିଥିବା ନିବେଶକମାନେ ଭଲ ଫେରସ୍ତ ପାଇଛନ୍ତି । ତଥାପି, ସେୟାର ବଜାରରେ ଅସ୍ଥିରତା ଜାରି ରହିଛି । ଗତ ବର୍ଷ ୨୦୨୩ରେ ଷ୍ଟକ୍ ମାର୍କେଟ ନିବେଶକମାନେ ଭଲ ଫେରସ୍ତ ପାଇଥିଲେ । ଏଥି ସହିତ, ୨୦୨୩ ରେ ସେନସେକ୍ସ ଏବଂ ନିଫ୍ଟି ମଧ୍ୟ ୧୭-୧୮ ପ୍ରତିଶତ ବୃଦ୍ଧି ପାଇଛି । ଯେତେବେଳେ କି, ୨୦୨୨ ମସିହାରେ, ସେନ୍ସେକ୍ସ ଏବଂ ନିଫ୍ଟି ମାତ୍ର ୩-୪ ପ୍ରତିଶତ ବୃଦ୍ଧି ପାଇଥିଲା ।
ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ହେଉଛି । ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସେମାନଙ୍କର ମୁଦ୍ରା ନୀତିକୁ କଡାକଡି କରିଛନ୍ତି । ଏଥି ସହିତ ଭାରତ ଏକ ଉଜ୍ଜ୍ୱଳ ଚିତ୍ର ଉପସ୍ଥାପନ କରିଛି । ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI)ଙ୍କ ନିକଟରୁ ପ୍ରବଳ ପ୍ରବାହ ମଧ୍ୟ ଷ୍ଟକଗୁଡିକୁ ସର୍ବକାଳୀନ ଉଚ୍ଚତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ପୁଣିଥରେ ଭାରତରେ ନିବେଶ କରିବା ପାଇଁ ଧ୍ୟାନ ଦେଇଛନ୍ତି ।
ଅଧିକ ପଢନ୍ତୁ : ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତ ବଡ଼ ବଡ଼ ଦେଶକୁ ପଛରେ ପକାଇବ