ବିଜେପିରୁ ଲଢିବେକି ଯୁବରାଜ । ହେବକି ରାଜନୀତି ମଇଦାନରେ ଚୌକା ଛକାର ବର୍ଷା । ଏବେ କ୍ରିକେଟ ନୁହଁ ରାଜନୀତିରେ ହେବ ଚୌକା ଛକାର ବର୍ଷା । ରାଜନୀତିକୁ ଓହ୍ଲଇପାରନ୍ତି କ୍ରିକେଟ ଷ୍ଚାର ଯୁବରଜ ସିଂ । ଖୁବ୍ ଶୀଘ୍ର ରାଜନୀତିରେ ପାଦ ପକାଇ ପରନ୍ତି କ୍ରିକେଟ ଷ୍ଟାର ବୋଲି ଚର୍ଚ୍ଚା ଜୋର ଧରିଛି । ଏପଟେ ଇଲେକ୍ସନର ତାରିଖ ପାଖଇ ଆସୁଥିବା ବେଳେ ସବୁ ଦଳ ନିଜ ଦଳକୁ ସୁଦୃଢ କରିବାରେ ଲାଗିଛନ୍ତି ।
ଭାରତୀୟ ଜନତା ପାର୍ଟିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ତନ କରିଛନ୍ତି ଯୁବରାଜ ସିଂ। ସେ ନିଜ ସୋସିଆଲ ମିଡିଆରେ ଜରିଆରେ ଜଣାଇନ୍ତି ଯେ, ସେ ନିଜ ଫାଉଣ୍ତେସନ୍ ଜରିଆରେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି । ରାଜନୀତି ମୈଦାନକୁ ଓହ୍ଲାଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୁବରାଜଙ୍କୁ ଗୁରୁଦାସପୁର ଆସନରୁ ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ଦେଇପାରେ ବିଜେପି । ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ ଅଭିନେତା ସନ୍ନି ଦେଓଲ। ସେ ବିଜୟ ମଧ୍ୟ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ଦଳ ସନ୍ନିଙ୍କ ବଦଳରେ ଯୁବରାଜ ସିଂଙ୍କୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି।
କିଛିଦିନ ତଳେ ଯୁବରାଜ ଓ ତାଙ୍କ ମାଆ ସବନମ୍ ସିଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟିଥିଲେ । ସେବେଠୁ ଯୁବରାଜ ବିଜେପିରୁ ନିର୍ବାଚନ ଲଢ଼ିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । କିନ୍ତୁ ଏକ୍ସ ରେ ଏକ ପୋଷ୍ଟ ସେୟାର କରି ଯୁବରାଜ ଗୁରଦାସପୁରରୁ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି।