ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକଙ୍କ ମାମଲା । ବ୍ୟାଙ୍କ ନାମରେ ହେଉଛି ଫ୍ରଡ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBI ନାମରେ ମେସେଜ କିମ୍ବା କଲ୍ ଆସୁଥିଲେ ହୋଇଯାଆନ୍ତୁ ସାବଧାନ । ବ୍ୟାଙ୍କ ନାମରେ ଲୋକଙ୍କୁ ଜାଲରେ ଫସାଉଛନ୍ତି ସାଇବର ଠକ । ପ୍ୟାନ ଓ ଆକାଉଣ୍ଡ ନମ୍ବର ମାଗି ଆକାଉଣ୍ଡ ଠିକ କରିବା ପାଇଁ କହି ଫସାଉଛନ୍ତି । ନଦେଲେ ଅକୋଉଣ୍ଡ ସମ୍ପୂର୍ଣ ବନ୍ଦ ହୋଇଯିବ କହି ଡରାଉଛନ୍ତି ଲୋକଙ୍କୁ ।ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ପକ୍ଷରୁ ଗ୍ରାହାକଙ୍କୁ ଆର୍ଲଟ ଜାରି କରାଯାଇଛି । ନିଜ ବ୍ୟାଙ୍କ୍ କିମ୍ବା ବ୍ୟକ୍ତିଗତ ତଥ୍ୟ କାହାକୁ ନଦେବା ପାଇଁ ବ୍ୟାଙ୍କର ନିର୍ଦ୍ଦେଶ ରହିଛି ।
ବର୍ତ୍ତମାନ ସାଇବର ଠକ ମାନେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । ତେବେ ଯଦି ଆପଣଙ୍କ ପାଖକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ପକ୍ଷରୁ ପାନ୍ ସହ ଆକାଉଣ୍ଟ ଅପଡେଟ ନକଲେ ଆକାଉଣ୍ଡ ବନ୍ଦ ହୋଇଯିବାର ମେସେଜ ଆସେ ତେବେ ସାବଧାନ ରୁହନ୍ତୁ । ମେସେଜରେ ପାନ୍ ସହ ଆକାଉଣ୍ଡ ଅପଡେଟ କରିବା ପାଇଁ ଏକ ଲିଙ୍କ୍ ମଧ୍ଯ ଥାଏ । ମେସେଜ ମୁତାବକ ସେ ଲିଙ୍କ୍ କ୍ଲିକ୍ କରି ଆପଣ ଯାନ୍ ସହ ଆକାଉଣ୍ଟ ଅପଡେଟ୍ କରିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଡରୁ ସମସ୍ତ ଟଙ୍କା ସାଇବର ଠକ ମାନେ ଲୁଟିନେବେ ।
ଏଭଳି ଫ୍ରଡ ହେଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏପରି କୌଣସି ମେସେଜ ଦିଆଯାଇନାହିଁ । ଆକାଉଣ୍ଡ ବନ୍ଦ ହେବ ନେଇ ଆସୁଥିବା ସମ୍ପୂର୍ଣ୍ଣ ଭୁଲ ତଥ୍ୟ ବୋଲି ମଧ୍ୟ ବ୍ୟାଙ୍କ ତରଫରୁ କୁହାଯାଇଛି । ଏଭଳି ଫ୍ରଡ ଦ୍ୱାରା ଲୋକମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ତେଣୁ ଏମିତି କିଛି ଆସୁଥିବା ଫ୍ରଡ ମେସେଜ ଠାରୁ ସାବଧାନ ରୁହନ୍ତୁ ।
ଅଧିକ ପଢନ୍ତୁ :ସହରଗୁଡ଼ିକ ପାଇଁ ଉନ୍ମୋଚନ ହେଲା ଆଇନା ଡ୍ୟାସବୋର୍ଡ ପୋର୍ଟାଲ