ଏବେ ଦେଶରେ ଟମାଟୋ ଦର ଆକାଶଛୁଆଁ ଥିବା ବେଳେ ଏହାର ଦର କମ୍ କରିବା ପାଇଁ ସରକାର ନେପାଳରୁ ଟମାଟୋ ଆମଦାନୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏବେ ଟମାଟୋ ଦର ୧ କେଜି ପିଛା ୧୬୦ ଟଙ୍କା ଥିବା ବେଳେ ଅନ୍ୟ ସ୍ଥାନରେ ୨୦୦ + କୁ ଦର ଛୁଇଁସାରିଲାଣି । ଖାଉଟିମାନଙ୍କ ମଧ୍ୟରେ ଏକ ଅସନ୍ତୋଷ ଭାବ ଦେଖା ଦେଇଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧରଣଜନତା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସିତରମନ୍ ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ନେପାଳରୁ ଆସୁଥିବା ଟମାଟୋ ଉତ୍ତରପ୍ରଦେଶର ବାରାଣସୀ , ଲକ୍ଷ୍ନୌ ଓ କାନପୁର ସହରରେ ଶୁକ୍ରବାର ପହଞ୍ଚିବ । ଗତ ମାସ ଜୁଲାଇରେ ବର୍ଷା ଓ ତା ପୂର୍ବରୁ ପ୍ରଚଣ୍ଡ ଗ୍ରୀଷ୍ମ ସକାଶେ ଦେଶରେ ଟମାଟୋ ଫସଲ ନଷ୍ଟ ହେଇଥିଲା ପରେ ଏହାର ଅଭାବ ଦେଖାଦେଉଛି ।ଗତକାଲି ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଉପରେ ଆଲୋଚନା କରିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଟମାଟୋ , ଡାଲି ଓ ଅନ୍ୟ ସବୁ ସାମଗ୍ରୀ ମୂଲ୍ୟର ବୃଦ୍ଧି ମୁଦ୍ରାସ୍ପିତିକୁ ପ୍ରଭାବିତ କରୁଛି ।