ଏବେ ବିନା ଡ୍ରାଇଭରରେ ଚାଲିବ ଗାଡି । ଭାରତ ମାଟିରେ ପ୍ରଥମ କରି ଗଡ଼ିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ପରିଚାଳିତ ଚାରି ଚକିଆ ଯାନ । AI ଦ୍ୱାରା ପରିଚାଳିତ ଏହି ଯାନ ବେଙ୍ଗାଳୁରୁରେ ଗଡିଛି। ର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ଏହା ହେଉଛି ଅଟୋନମସ ଭେହିକିଲ ଜେଡ୍ ପଡ଼ । ବିନା ଡ୍ରାଇଭର, ବିନା ଷ୍ଟିୟରିଂ ରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁଛି ଜେଡ୍ ପଡ଼ ।
ଏହି ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି 4ଟି ସିଟ୍ । ବିନା ଡ୍ରାଇଭରରେ ଅନାୟାସରେ ରାସ୍ତାରେ ସଠିକ୍ ଭାବେ ଯା ଆସ କରୁଛି ଏହି ଗାଡ଼ି। ଏମିତିକି ଜେଡ୍ ପଡ଼ ସାମ୍ନାକୁ ଅନ୍ୟ କୌଣସି ଗାଡି ଆସିଲେ ବି ନିଜର ଦିଗ ବଦଳାଉଛି ଜେଡ୍ ପଡ଼ । ଗାଡି ସାମ୍ନା ଏବଂ ପଛ ପାଖରେ ରହିଛି ଦୁଇଟି କ୍ୟାମେରା। ସେହିପରି ଗାଡିର ଦୁଇ ପାର୍ଶ୍ବରେ ଦୁଇଟି ଲେଖାଁଏ 4 ଟି କ୍ୟାମେରା ରହିଛି। ଏହି କ୍ୟାମେରା ସହାୟତାରେ ଜେଡ ପଡ଼ ନିଜଠାରୁ ଅନ୍ୟ ଗାଡିର ଦୂରତା ଆକଳନ କରିପାରୁଛି । ଏମିତିକି ଅନ୍ୟ ଗାଡିର ସ୍ପିଡକୁ ନେଇ ନିଜେ ସ୍ବୟଂକ୍ରିୟ ଭାବେ ଅନାୟସରେ ତାର ସୁରକ୍ଷିତ ପଥ ବାଛି ନେଉଛି ।
ଆହୁରି ପଡନ୍ତୁ : ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା, ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଶିଳ୍ପ
ବେଙ୍ଗଳୁରୁସ୍ଥିତ ଭାରତୀୟ ଷ୍ଟାର୍ଟଅପ କଂପାନି ମାଇନସ- ଜିରୋ ଏହି ଗାଡ଼ି ନିର୍ମାଣ କରିଛି। ତେବେ ଜେଡ ପଡ଼ ଟ୍ରାଫିକ ସମସ୍ୟା ଏଡ଼ାଇବା ସହ ସଡ଼କ ଦୁର୍ଘଟଣା କମାଇବାରେ ସହାୟକ ହେବ ବୋଲି କୁହାଯାଉଛି । ଏହି ଗାଡି ଏବେ ଟ୍ରାଏଲ ରନ୍ ରେ ଥିବା ବେଳେ ଆଗାମୀ ଦୁଇ ବର୍ଷ ମଧ୍ୟରେ ରାସ୍ତାରେ ଚଳାଚଳ ନେଇ ଯୋଜନା ରଖିଛି ଜେଡ୍ ଜେଡ ପଡ଼ ନିର୍ମାଣ କରିଥିବା ଷ୍ଟାର୍ଟଅପ କଂପାନି ।