ମୁମ୍ବାଇ: ଚଳିତ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ମୁମ୍ବାଇରେ ଘର କିଣା ରେକର୍ଡ ହାସଲ କରିଛି । ୨୦୨୬ ବର୍ଷରେ ମାତ୍ର ୬ ମାସ ମଧ୍ୟରେ ମୁମ୍ବାଇ ସହରରେ ୮୦ ହଜାରରୁ ଉର୍ଦ୍ଧ୍ୱ ଘର ପଞ୍ଜିକୃତ ହୋଇଛି । ଯାହା ବିଗତ ୧୩ ବର୍ଷର ରେକର୍ଡକୁ ଭାଙ୍ଗିଛି ।
ମୁମ୍ବାଇରେ ମୋଟ ୮୦, ୨୨୧ଟି ଘର ପଞ୍ଜିକରଣ ହୋଇଛି । ଏଥିରେ ମହାରାଷ୍ଟ୍ର ସରକାରଙ୍କୁ ଷ୍ଟାମ୍ପ ଡ୍ୟୁଟିରେ ୬,୯୬୮ କୋଟି ଟଙ୍କା ରାଜସ୍ୱ ଲାଭ ମିଳିଛି । ବୃହନମୁମ୍ବାଇ ମହାନଗର ନିଗମ କ୍ଷେତ୍ର ପ୍ରଥମ ଥର ପାଇଁ ଏମିତି ଭଲ ପ୍ରଦର୍ଶନ କରିଛି । ସମ୍ପୂର୍ଣ୍ଣ ବର୍ଷରେ ୬ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଷ୍ଟାମ୍ପ ଡ୍ୟୁଟିରେ ବର୍ଷରେ ୪ ପ୍ରତିଶତ ବୃଦ୍ଧି ଘଟିଛି ।
ସେହିପରି ଜୁନ ମାସ ଅନ୍ତିମ ସୁଦ୍ଧା ଆଉ ୧୩, ୩୦୨ଟି ଘର ପଞ୍ଜିକରଣ ହେବାର ସମ୍ଭାବନା ରହିଛି । ଯାହା ଗତ ବର୍ଷ ଅପେକ୍ଷା ୧୫ ପ୍ରତିଶତ ଅଧିକ ଅଟେ । ଯାହା ବିଗତ ୧୪ ମଧ୍ୟରେ ଜୁନ ମାସରେ ସବୁଠାରୁ ଅଧିକ ଗୃହ ପଞ୍ଜିକରଣ ହେବ । ଆଉ ଏଥିରେ ଷ୍ଟାମ୍ପ ଡ୍ୟୁଟିରେ ସରକାରଙ୍କୁ ୧୦୭୭ କୋଟି ଟଙ୍କାର ରାଜସ୍ୱ ମିଳିବାର ସମ୍ଭାବନା ରହିଛି ।