ନୂଆଦିଲ୍ଲୀ: ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଛନ୍ତି । ଏଥିରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ୍ ୭.୮ ଲକ୍ଷ କୋଟି ବ୍ୟୟ ବରାଦ କରାଯାଇଛି । ଏହା ଗତ ବର୍ଷର ୬.୮୧ ଲକ୍ଷ କୋଟିରୁ ବହୁତ ଅଧିକ । ଏହା ପ୍ରତିରକ୍ଷା କ୍ଷେତ୍ର ପାଇଁ ମଜବୁତିର ଏକ ବଡ ସଙ୍କେତ । ପ୍ରତିରକ୍ଷା କ୍ଷେତ୍ରକୁ ଆଧୁନିକିକରଣ କରିବା ପାଇଁ ୨.୧୯ ଲକ୍ଷ କୋଟି ଟଙ୍କା ଦିଆଯିବ, ଯାହା ଗତ ବର୍ଷର ୧.୮୦ ଲକ୍ଷ କୋଟିରୁ ଅଧିକ ।
ମୋଟ୍ ପ୍ରତିରକ୍ଷା ବଜେଟ୍- ୭.୮ ଲକ୍ଷ କୋଟି, ଏହା ଗତ ବର୍ଷ ବଜେଟରୁ ପ୍ରାୟ ୧୪ରୁ ୧୫ ପ୍ରତିଶତ ଅଧିକ ।
ଆଧୁନିକିକରଣ ପାଇଁ-୧.୮୦ ଲକ୍ଷ କୋଟିରୁ ବଢାଯାଇ ୨.୧୯ ଲକ୍ଷ କୋଟି କରାଯାଇଛି । ଏଥିରେ ନୂଆ କ୍ରୟ, ଅସ୍ତ୍ରଶସ୍ତ୍ର, ଉପକରଣ ଓ ଜ୍ଞାନକୌଶଳ ଉପରେ ଖର୍ଚ୍ଚ ହେବ ।
ଗୁରୁତ୍ୱ- ଘରୋଇ ଉତ୍ପାଦନ(ଆତ୍ମନିର୍ଭର ଭାରତ), ସ୍ୱଦେଶୀ ହତିଆର ଓ ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି ।
ଏଥର ପ୍ରତିରକ୍ଷା ବଜେଟ ବୃଦ୍ଧି କରାଯାଇଛି । କାରଣ ଦୁନିଆରେ ଯୁଦ୍ଧ ବଢିବା ସହ ଉତ୍ତେଜନା ବଢିବାରେ ଲାଗିଛି । ରୁଷ-ୟୁକ୍ରେନ, ମଧ୍ୟପ୍ରାଚ୍ୟ, ଭାରତ-ଚୀନ ଓ ଭାରତ-ପାକିସ୍ତାନ ସୀମାରେ ଆହ୍ୱାନ । ଭାରତକୁ ନିଜର ସେନାକୁ ଆଧୁନିକ କରିବାର ଆବଶ୍ୟକତା ରହିଛି । ଏଥିରେ ଡ୍ରୋନ, ମିସାଇଲ, ଫାଇଟର ଜେଟ୍ ଓ ସାଇବର ସୁରକ୍ଷା ସାମିଲ୍ ।
ପ୍ରତିରକ୍ଷା ବଜେଟରେ ନୌସେନା ପାଇଁ ନୂଆ ରାଫେଲ କ୍ରୟ କରାଯିବ । ଏହା ସହିତ ୬ ନୂଆ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ବୁଡାଜାହଜ ପାଇଁ ଚୁକ୍ତି କରାଯିବ । ଏହା ବାଦ୍ ଡ୍ରୋନ, ସ୍ୱଦେଶୀ ଡ୍ରୋନ ଓ କାଉଣ୍ଟର ଡ୍ରୋନ ସିଷ୍ଟମ ଉପରେ ଗୁରୁତ୍ୱ ଦିଆଯିବ । ବାୟୁସେନା ପାଇଁ ତେଜସ ଫାଇଟର, ବ୍ରହ୍ମୋସ ମିସାଇଲ, ଏସ-୪୦୦ ଏବଂ ନୂଆ ମିସାଇଲ/ରାଡାର ସିଷ୍ଟମ ଉପରେ ଖର୍ଚ୍ଚ କରାଯିବ ।
କାହିିଁକି ଏତେ ବଡ ବଜେଟ୍ ?
ବୈଶ୍ୱିକ ବିପଦ ବଢିଲା- ଅପରେସନ ସିନ୍ଦୂର ପରି ଘଟଣାରୁ ଶିକ୍ଷା ନେଲା ଭାରତ ।
ପ୍ରତିରକ୍ଷା ବିଶେଷଜ୍ଞ ୨୦ ପ୍ରତିଶତ ବଜେଟ୍ ବୃଦ୍ଧି ଦାବି କରୁଥିଲେ, ଯାହା ପୂରା ହୋଇଛି ।
ଋପ୍ତାନୀ ଲକ୍ଷ- ୨୦୨୯ ସୁଦ୍ଧା ୫୦ ହଜାର କୋଟି ପ୍ରତିରକ୍ଷା ରପ୍ତାନୀ ।
Also read: କପଡା, ଜୋତାଠୁ ଔଷଧ ପର୍ଯ୍ୟନ୍ତ, ଜାଣନ୍ତୁ ବଜେଟରେ କଣ ହେଲା ଶସ୍ତା ଏବଂ କଣ ହେଲା ମହଙ୍ଗା ?