ମାଛଧରା ଟ୍ରଲର ସମେତ ମୋଟ ୨୪୮ ଜଣ ମତ୍ସ୍ୟଜୀବୀ ପାରାଦୀପ ବନ୍ଦରରେ ଆଶ୍ରୟ ନେଇଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତପ୍ରଭାବରେ ସମୁଦ୍ର ମଧ୍ୟରେ ପ୍ରବଳ ପବନ ଓ ଉଚ୍ଚ ଜୁଆର ଆସିବାରୁ ଏହି ମତ୍ସ୍ୟଜୀବୀମାନେ ନିଜ ରାଜ୍ୟକୁ ଫେରି ନପାରି ସୁରକ୍ଷା ଦୃଷ୍ଟିରୁ ପାରାଦୀପରେ ଆଶ୍ରୟ ନେଇଛନ୍ତି।
ଲଘୁଚାପ ଓ ସାମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦେଖି ପାରାଦୀପ ବନ୍ଦରରେ ଏବେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ବନ୍ଦର କର୍ତ୍ତୃପକ୍ଷ ପୋତାଶ୍ରୟ ମଧ୍ୟକୁ ନୂତନ ଜାହାଜ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି।
ଏହି ସମୟରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ଏବଂ ସର୍ବାଧିକ ୭୫କିଲୋମିଟର ପର୍ଯ୍ୟନ୍ତ ରହିବା ଆଶଙ୍କା ରହିଛି।