ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ରବିବାର ଦେଶର ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରିଛନ୍ତି । ନିଜର ବଜେଟ୍ ଭାଷଣରେ ସେ ଅନେକ ବଡ ଘୋଷଣା କରିଛନ୍ତି । ମୋଦୀ ସରକାରରେ ନିର୍ମଳାଙ୍କ ଅର୍ଥମନ୍ତ୍ରୀ ଭାବେ ଲଗାତାର ନବମ ବଜେଟ୍ ଥିଲା । ସୀତାରମଣ ଅନେକ ଜିନିଷ ଉପରୁ ସୀମା ଶୁଳ୍କ ହଟାଇବାର ଘୋଷଣା କରିଛନ୍ତି । ଏହାର ଅର୍ଥ ଏହି ସବୁ ସାମଗ୍ରୀ ଶସ୍ତା ହେବ । ଆସନ୍ତୁ ଜାଣିବା ବଜେଟ୍ ଘୋଷଣା ପରେ କେଉଁ ଜିନିଷ ହେଲା ଶସ୍ତା ଏବଂ ମହଙ୍ଗା ।
ଅର୍ଥମନ୍ତ୍ରୀ ନିଜର ବଜେଟ୍ ଭାଷଣରେ ବିଶେଷ କରି ଏମିତି ବସ୍ତୁ ଉପରୁ ସୀମା ଶୁଳ୍କ ହଟାଇଛନ୍ତି, ଯାହା ଭାରତରେ ନିର୍ମିତ ହେଉଛି । ଲେଦର, ଟେକ୍ସଟାଇଲର ରପ୍ତାନୀ ଉପରେ ମଧ୍ୟ ଶୁଳ୍କ ହଟାଇ ଦିଆଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ବେସିକ ସୀମା ଶୁଳ୍କରେ କୋହଳ କରାଯିବ । ଏଥିରେ ବ୍ୟକ୍ତିଗତ ଉପଯୋଗ ପାଇଁ ଆମଦାନୀ କରାଯାଉଥିବା ବସ୍ତୁ ଉପରେ ଲାଗୁଥିବା ଟାରିଫ ୨୦ ପ୍ରତିଶତରୁ ହ୍ରାସ କରାଯାଇ ୧୦ ପ୍ରତିଶତ କରାଯାଇଛି ।
କଣ ହେଲା ଶସ୍ତା
କପଡା, ଚମପ ସାମଗ୍ରୀ, ସିନ୍ଥେଟିକ ଚପଲ ଜୋତା, ଚମଡା ଉତ୍ପାଦ, ଲିଥିୟନ ଆୟନ ସେଲ, ମେବାଇଲ ବ୍ୟାଟେରୀ, ସୋଲାର ଗ୍ଲାସ, ଖେଳକୁଦ ସାମଗ୍ରୀ, କ୍ୟାନସରର ୧୭ ଔଷଧ, ବିଡି, ମୋବାଇଲ ଫୋନ, ଇଭି ବ୍ୟାଟେରୀ, ବାୟୋଗ୍ୟାସ ମିଶ୍ରିତ ସିଏନଜି, ସୋଲାର ଜଡିତ ସାମଗ୍ରୀ, ବିମାନ ଇନ୍ଧନ, ବିଦେଶ ଯାତ୍ରା ।
କଣ ହେଲା ମହଙ୍ଗା
ମଦ, ସିଗାରେଟ୍, ସ୍କ୍ରାପ, ଖଣିଜ, ଫ୍ୟୁଚର ଅପସନ ଟ୍ରେନିଂ
Also read: ସଂସଦରେ ଉପସ୍ଥାପିତ ହେଲା ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍: କାହାକୁ ମିଳିଲା କଣ, ଦେଖନ୍ତୁ ପୁରା ଅପଡେଟ୍....