ନୂଆଦିଲ୍ଲୀ: ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହୋଇଛି। ମୋଦି ସରକାରର ତୃତୀୟ ପାଳିରେ ଏହା ହେଉଛି ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍। ଲଗାତାର ୯ମ ଥର ପାଇଁ ନିର୍ମଳା ସୀତାରମଣ ଏହି ବଜେଟ୍ ଆଗତ କରିଛନ୍ତି। ଏଥର ବଜେଟରେ ଅର୍ଥମନ୍ତ୍ରୀ ବିଭିନ୍ନ ବଡ଼ ଘୋଷଣା କରିଛନ୍ତି।
ନଜର ପକାନ୍ତୁ ଏଥର ବଜେଟ୍ ବ୍ୟାଗରେ ଅଛି କ' ଣ?
- ବିରଳ ପୃଥିବୀ କରିଡର ଘୋଷଣା
- ବିକଶିତ ଭାରତ ଆଡ଼କୁ ଲକ୍ଷ୍ୟ
- ଲକ୍ଷପତି ଦିଦି କାର୍ଯ୍ୟ ହେବ ସମ୍ପ୍ରସାରଣ
- ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ୱ
- ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ
- ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକସଂଖ୍ୟା ଥିବା ସହର ପାଇଁ ଯୋଜନା
- ପ୍ରତ୍ୟେକ ଜିଲ୍ଲାରେ ହେବ ବାଳିକା ଛାତ୍ରାବାସ
- ବୟନ ଶିଳ୍ପ ପାଇଁ ହେବ ଟେକ୍ସଟାଇଲ୍ ପାର୍କ
- ଖଦି ଓ ହ୍ୟାଣ୍ଡଲୁମକୁ କରାଯିବ ଅଧିକ ସଶକ୍ତ
- ଓଡିଶା ସମେତ ୫ ରାଜ୍ୟରେ ହେବ ଖଣିଜ କରିଡର
- ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ
- ବିରଳ ମୂର୍ତ୍ତିକା କରିଡର ନେଇ ବଜେଟ୍ରେ ଘୋଷଣା – କେରଳ , ଓଡିଶା ଦେଇ ହେବ ବିରଳ ମୂର୍ତ୍ତିକା କରିଡର
- ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ ଘୋଷଣା, ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ, ୫ ବର୍ଷରେ ବ୍ୟୟ କରିବା ନେଇ ଘୋଷଣା
- ବାରଣାସୀ ଓ ପାଟଣାରେ ଜାହାଜ ମରାମତି ଇକୋ ସିଷ୍ଟମ୍ , ୭ଟି ହାଇସ୍ପିଡ୍ ରେଲଓ୍ବେ କରିଡର ନିର୍ମାଣ ହେବ
- ବାରଣାସୀ-ସିଲିଗୁଡି , ଦିଲ୍ଲୀ -ବାରଣାସୀ , ମୁମ୍ବାଇ-ପୁନେ, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲଓ୍ବେ କରିଡର ହେବ
- ସେମିକଣ୍ଡକ୍ଟର ୨.୦ ନେଇ ବଜେଟ୍ ରେ ଘୋଷଣା