୧୬ରୁ ଆରମ୍ଭ ହୋଇଯିବ ୨୪ ଘଣ୍ଟିଆ ଏନଇଏଫଟି ଟ୍ରାଞ୍ଜେକଶନ ସୁବିଧା
Khabar Odisha:Business-NEFT-facility-for-money-transfer-will-be-operational-day-and-night-from-December-16

ନୂଆଦିଲ୍ଲୀ, ଡିସେମ୍ବର ୦୭ (ଖବର ଓଡ଼ିଶା): ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟ୍ରାଞ୍ଜେକଶନକୁ ପ୍ରୋତ୍ସାହନ ଦେବା ଦିଗରେ କାମ କରୁଛି । ଏଥି ପାଇଁ ନ୍ୟାଶନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି)କୁ ଆଗାମୀ ଡିସେମ୍ବର ୧୬ରୁ ୨୪ ଘଣ୍ଟା ଲାଗୁ କରିବା ପାଇଁ ଘୋଷଣା କରିଛି । ରିଜର୍ଭ ବ୍ୟାଙ୍କ ଏକ ବୟାନରେ କହିଛି ଯେ, ଏବେ ଏନଇଏଫଟି ଟ୍ରାଞ୍ଜେକଶନର ସୁବିଧା ଅବକାଶ ସମେତ ୭ ଦିନ ଉପଲବ୍ଧ ହେବ । ଏନଇଏଫଟି ଟ୍ରାଞ୍ଜେକଶନ ସୁବିଧା ସାଧାରଣ ଦିନମାନଙ୍କରେ ସକାଳ ୮ଟାରୁ ସନ୍ଧ୍ୟା ୭ଟା ଯାଏ ଓ ପ୍ରଥମ ଏବଂ ତୃତୀୟ ଶନିବାର ପୂର୍ବାହ୍ନ ୮ଟାରୁ ଅପରାହ୍ନ ୧ଟା ଯାଏଁ ଦିଆଯାଉଛି । 

ରିଜର୍ଭ ବ୍ୟାଙ୍କ କହିଛି, ଏନଇଏଫଟି ଟ୍ରାଞ୍ଜେକଶନକୁ ୨୪ ଘଣ୍ଟା, ସାତ ଦିନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ରିଜର୍ଭ ବ୍ୟାଙ୍କ ସମସ୍ତ ସଦସ୍ୟ ବ୍ୟାଙ୍କକୁ ନିୟାମକ ପାସ ଖାତାରେ ପର୍ଯ୍ୟାପ୍ତ ପରିମାଣରେ ରାଶି ରଖିବାକୁ କହିଛି । ଏହାଦ୍ୱାରା ଏନଇଏଫଟି ଟ୍ରାଞ୍ଜେକଶନରେ କୌଣସି ସମସ୍ୟା ହେବ ନାହିଁ । 

କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ବ୍ୟାଙ୍କକୁ ସୂଚାରୁ ରୂପେ ଏନଇଏଫଟି ଟ୍ରାଞ୍ଜେକଶନ ସୁନିଶ୍ଚିତ କରିବା ଲାଗି ସମସ୍ତ ଆବଶ୍ୟକ ଭିତ୍ତିଭୂମିକୁ ସୁବ୍ୟସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ବ୍ୟାଙ୍କ ଏନଇଏଫଟିରେ କରାଯାଇଥିବା ପରିବର୍ତ୍ତନ ସଂପର୍କରେ ଉପଭୋକ୍ତାଙ୍କୁ ସୂଚିତ କରିପାରିବେ । 

 

 

  • Tags:

Subscribe

National International State Sports Entertainment