ଟିଟୋ ଲିଙ୍କ୍ ରେ ବଡଚଣା ବିଧାୟକ ଅମର ଶତପଥୀଙ୍କୁ କାଠଗଡାକୁ ଟାଣିଲା ବଡଚଣା କଂଗ୍ରେସ, କ୍ରାଇମବ୍ରାଞ୍ଚ ନିକଟରେ ଫେରାଦ
Khabar Odisha:jajpur-congress-target-amar-satpathy-on-tito-link
ଭୁବନେଶ୍ୱର, 10 ଅଗଷ୍ଟ (ଖବର ଓଡିଶା)-

ଗ୍ୟାଙ୍ଗଷ୍ଟାର ଟିଟୋଙ୍କ ସହ ବଡଚଣା ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ସମ୍ପର୍କ ରହିଛି  । ତାଙ୍କର ଛତ୍ରଛାୟା ତଳେ ଟିଟୋ ଏହି ଅଞ୍ଚଳରେ ତାହର ସାମ୍ରାଜ୍ୟ ବିସ୍ତାର କରିଥିଲା  । ଏହିପରି ଅଭିଯୋଗ ଆଣିଛି ବଡଚଣା କଂଗ୍ରେସ  । ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ କ୍ରାଇମବ୍ରାଞ୍ଚ ଏସଟିଏଫ ଡିଆଇଜିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି  ।

ବଡଚଣା ବ୍ଲକ କଂଗ୍ରେସର ଅଭିଯୋଗ ଅନୁସାରେ ବିଧାୟକ ଓ ବିଜେଡି ନେତାଙ୍କ ଛତ୍ରଛାୟା ତଳେ ଏହି ସାମ୍ରାଜ୍ୟ ଚାଲିଥିଲା  । ବାଲିଘାଟ, ମୋରମ ଖାଦାନ ଲୁଟ ହୋଇଛି  । ତେଣୁ ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି ବଡଚଣା କଂଗ୍ରେସ  । ଆଜି ଶ୍ରୀ ମହାପାତ୍ରଙ୍କ ନେତୃତ୍ବରେ ପାଖାପାଖି 50 କର୍ମୀ ଆଜି କ୍ରାଇମବ୍ରାଂଚଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି  ।

  • Tags:

Subscribe

National International State Sports Entertainment