ଆତ୍ମସମର୍ପଣ କଲେ ୯ ଜଣ ମାଓବାଦୀ Khabar Odisha:08/05/2024: Share story: ବୌଦ୍ଧ ପୋଲିସକୁ ବଡ ସଫଳତା ମିଳିଛି। ଲଗାତାର ଭାବରେ କିଛି ଦିନ ହେବ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ ଏସଓଜି ଓ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ମଧ୍ୟରେ ବୁଧବାର ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣ ମହିଳା ରହିଛନ୍ତି। ସମସ୍ତ ମାଓବାଦୀ ଛତିଶଗଡ ରାଜ୍ୟ ଦାନ୍ତେୱ୍ବାଡ଼ା ଜିଲ୍ଲା ବୋଲି ଜଣାପଡିଛି । ଏମାନେ ସମସ୍ତେ କେକେବିଏନ୍ ଗୃପ ସହ ଜଡିତ ଥିଲେବୋଲି ଜଣାପଡିଛି । ତେବେ ଆତ୍ମ ସମର୍ପଣ କରିବା ପରେ ସରକାରଙ୍କ ନିୟମ ମୁତାବକ ସେମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବାସଗୃହ, ଜମି ଆଦି ଯୋଗାଇ ଦିଆଯିବା ନେଇ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ :-ମାଓବାଦୀ ସମାୟ ମାଡ୍କାମ ର ଆତ୍ମସମର୍ପଣ Maoist Odisha Smitanjali Routray, Author, 08/05/2024