ଭାରତ ସ୍ୱାଧୀନ ହେବାର ଦୀର୍ଘ ୭୭ ବର୍ଷ ପୂରଣ ହୋଇ ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅନେକ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଲା ବ୍ଲକ୍ର ଦାବ୍ଜୁରୀ, ଭଣ୍ଡାରବାଂଜି, ଭିର୍କାପଡ଼ା ଗାଁଗୁଡ଼ିକର ଶତାଧିକ ଗ୍ରାମବାସୀ। ଉପାଠ ପଢ଼ିବାକୁ ୧୮ରୁ ୨୦ କିଲୋମିଟର ଏବଂ ବିକଳାଙ୍ଗ ଭତ୍ତା ପାଇଁ ୨୦ କିଲୋମିଟର ଯିବାକୁ ପଡ଼ୁଛି। ପାନୀୟ ଜଳର ସୁବିଧା ନାହିଁ। ଜ୍ୱର ହେଲେ ୩୦ କିଲୋମିଟର ଯାଇ ଡାକ୍ତରଙ୍କୁ ଦେଖାଇବାକୁ ପଡ଼ୁଛି।
ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ସମସ୍ତ ଗ୍ରାମବାସୀ ଗତ ୨୩ ତାରିଖ ଦିନ ବଲାଙ୍ଗିର ଉପଜିଲ୍ଲାପାଳ, ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ, ସଇଁତଲା ତହସିଲ୍ଦାରଙ୍କୁ ଅନୁମତି ଦେବା ପାଇଁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ସେମାନଙ୍କୁ ୮ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା।
ତେଣୁ ଏହି ସବୁ ସମସ୍ୟା ନେଇ ଶତାଧିକ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଏହାସହିତ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାଯାଇ ଦାବ୍ଜୁରୀ ଗାଁକୁ ନୂତନ ପଞ୍ଚାୟତର ମାନ୍ୟତା ଦେବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି ଗ୍ରାମବାସୀ। ଯଦି ସେମାନଙ୍କ ଦାବି ପୂରଣ କରାନଯାଇ ତେବେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେମାନେ ଭାଗ ନେବେ ନାହିଁ ଏବଂ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି।