ରୂପାରେ ଝଲସିବ ଶ୍ରୀମନ୍ଦିରର ଆଉ ୩ ଦ୍ୱାର । ଏହି ଦ୍ୱାର ଗୁଡିକ ହେଉଛି ହସ୍ତୀ ଦ୍ୱାର,ବ୍ୟାଘ୍ର ଦ୍ୱାର ଏବଂ ଅଶ୍ୱ ଦ୍ୱାର । ପୂର୍ବରୁ ସିଂହଦ୍ୱାର ରୂପାରେ ଛାଉଣୀ ହୋଇଥିବା ବେଳେ ବର୍ତମାନ ଏହି ଦ୍ୱାରରେ ଲାଗିଥିବା କବାଟ ଗୁଡିକରେ ରୂପା ଛାଉଣୀ କରାଯିବ । ଏଥିପାଇଁ ଆବଶ୍ୟକ ରୂପା ବମ୍ବେର ଜଣେ ଦାତା ପ୍ରଦାନ କରିବା ଲାଗି ସହମତି ପ୍ରକାଶ କରିଛନ୍ତି । ତେଣୁ କିପରି ରୂପାର ଛାଉଣୀ କରାଯିବ ସେନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରୂପା ଛାଉଣୀ କମିଟି ସଦସ୍ୟଙ୍କ ସମେତ ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀ ଏବଂ ଦାତାଙ୍କ ପକ୍ଷରୁ ପ୍ରତିନିଧୀ ଯୋଗ ଦେବେ । ଏବଂ ଏହି ତିନି ଦ୍ୱାରରେ କେତେ ରୂପା ଲାଗିବ, ଏହାର ଡିଜାଇନ ପ୍ରଭୃତି ଉପରେ ଆଲୋଚନା କରାଯିବ । ଛାଉଣୀ ସମୟରେ ଓ ଛାଉଣୀ ପରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କିପରି ରହିବ ଏହାରି ଉପରେ ତର୍ଜମା କରାଯିବ । ତେବେ ପ୍ରଥମେ ବର୍ମାଟିକ କାଠରେ ଏହି ୩ ଟି ଦ୍ୱାରର ନୂଟନ କବାଟ ତିଆରି କରାଯିବ । ଏହାପରେ ଏଥିରେ ରୂପାର ଛାଉଣୀ କରାଯିବ । ଏବଂ ଏହାର ସମସ୍ତ ଖର୍ଚ୍ଚ ଦାତା ବହନ କରିବେ ବୋଲି ଜଣାପଡିଛି ।