ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲାୟନ୍ସ କ୍ଳବ୍ ନିକଟରେ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ୬ଜଣ ଅଭିଯୁକ୍ତ କୁ ଟାଉନ ପୋଲିସ ଗିରଫ କରିଛି। ଏହି ଘଟଣାରେ ଡକାୟତ ଯୋଜନାକୁ ପଣ୍ଡ କରିବା ସହ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ପୋଲିସ ଡକାୟତି ବ୍ୟବହୂତ ହେବାକୁ ଥିବା ୫ ଗୋଟି ଛୁରୀ, ଗୋଟିଏ ବନ୍ଧୁକ, ୬ ଗୋଟି ମୋବାଇଲ ଫୋନକୁ ଆଦି ଜବତ କରିଛି।
ସୁଚନା ମୁତାବକ, ଲାୟନ୍ସ କ୍ଳବ୍ ନିକଟରେ ୬ ଅଭିଯୁକ୍ତ ଏକତ୍ରିତ ହୋଇ ମୋଦିପଡା ପାର୍କ ନିକଟକୁ ଯାଇ ଡକାୟତି କରିବାକୁ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ସମ୍ବଲପୁର ପୋଲିସ। ଏହାପରେ ନିଜ ଟିମ ସହିତ ସମ୍ବଲପୁର ଟାଉନ ଥାନା ପୋଲିସ ସେହି ଗକାୟତଙ୍କ ଉପରେ ଅତର୍କିତ ଚଢ଼ାଉ କରିଛନ୍ତି। ଏପରିକି ମାମଲାରେ ଜଡିତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଡକାୟତି ବ୍ୟବହୂତ ଅନେକ ସାମଗ୍ରୀ ମଧ୍ୟ ଜବତ କରିଛି। ଗିରଫ ହେବ ପରେ ସେମାନେ ଡକାୟତି କରିବାର ଯୋଜନା କରିଥିଲେ ବୋଲି ସ୍ୱୀକାର କରିଛନ୍ତି। ଅଭିଯୁକ୍ତମାନେ ନିଜରଏଥିସହ ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଏସଡିପିଓ ସୁଚନା ଦେଇଛନ୍ତି।