ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ବର ଓ ଭଦ୍ରକ କେଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ରଘୁନାଥ ଲେଙ୍କା ଓ ବିଜେଡି ନେତା ହରେକୃଷ୍ଣ ପାଢ଼ୀ ବିଜେପିରେ ଯୋଗ ଦେଇଛନ୍ତି । ତେବେ ଦୁଇ ନେତାଙ୍କ ସହ ବହୁ ସମର୍ଥକ ଓ ତୃଣମୂଳ ସ୍ତରର ନେତା ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ତେବେ ଦୁଇ ନେତାଙ୍କ ଦଳ ପରିବର୍ତ୍ତନକୁ ନେଇ ଧାମନଗର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ନେତା ବିଜେପିରେ ଯୋଗ ଦେବା ପରେ ବିଜେପି ଆହୁରି ସୁଦୃଢ ହେବ ବୋଲି ଚର୍ଚ୍ଚା ଚାଲିଛି । ତେବେ ଏହି ମିଶ୍ରଣ ପର୍ବରେ ମନମୋହନ ସାମଲ, ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ : କଂଗ୍ରେସ ଛାଡିଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ