ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନରେ ପୋଷ୍ଟାଲ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ମଇ ୪ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ପୋଷ୍ଟାଲ ବାଲାଟ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରିହେବ। ଏଥିପାଇଁ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ, ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ମତଦାନ କେନ୍ଦ୍ର ଖୋଲାଯାଇଛି। ସୂଚନା ଅନୁଯାୟୀ ସରକାରୀ କର୍ମଚାରୀ ଯେଉଁମାନେ ଭୋଟିଂ ପ୍ରକ୍ରିୟାରେ ନିୟୋଜିତ ରହିବେ ସେମାନେ ଏହି ପୋଷ୍ଟଲ ଭୋଟିଂ ଜରିଆରେ ଭୋଟ୍ ଦେଉଛନ୍ତି। ତେବେ ଗଜପତି ଜିଲ୍ଲାରେ ମଧ୍ୟ ପୋଷ୍ଟାଲ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନୀୟ ସରକାରୀ ଅଧିକାରୀ ନିଜ ମତ ଦାନ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ମତଦାନ କରି ନିଜର ମତ ସାବ୍ୟସ୍ତ କରିପାରିଥିବାରୁ କର୍ମଚାରୀ ମାନେ ସରକାରଙ୍କୁ ଧନ୍ୟବାଦ ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ : କଂଗ୍ରେସ ଛାଡିଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ