ମଙ୍ଗଳବାର ମହାରାଷ୍ଟ୍ର ମାଢା ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ଅଘଟଣ ସମ୍ନାକୁ ଆସିଛି । ମତଦାନ ଚାଲିଥିବା ବେଳେ ହଠାତ ଜଣେ ମତଦାତା ଇଭିଏମ ମେସିନରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । ମତଦାତା ଜଣଙ୍କ ସୋଲାପୁର ଜିଲ୍ଲାର ସାଙ୍ଗୋଲା ତହସିଲଦାରର ବାସିନ୍ଦା ଅଟନ୍ତି । ତେବେ ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ ବାଲାଟ ୟୁନିଟ , ଭିଭିପିଏଟି ଏବଂ କଣ୍ଟ୍ରୋଲ ୟୁନିଟରେ କୈାଣସି କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ସତର୍କମୂଳକ ପଦକ୍ଷେପ ସ୍ୱରୂପ ଇଭିଏମ ମେସିନ ଗୁଡିକ ବଦଳାଇ ଦିଆଯାଇଛି । ତେବେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ନିଜ ସହିତ ପେଟ୍ରୋଲ ଭଳି ଜ୍ୱଳନଶୀଳ ପଦାର୍ଥ ନେଇ ଆସିଥିଲେ । ଏବଂ ଏହାକୁ ସେ ଇଭିଏମ ମେସିନରେ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ଏବଂ ଘଟଣାରେ ସଂମ୍ପୃକ୍ତ ଥିବା ମତଦାତାଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।