ସ୍ୱାମୀ ସ୍ତ୍ରୀ ବନ୍ଧନ ହେଉଛି ଦୁନିଆର ସବୁଠାରୁ ପବିତ୍ର ବନ୍ଧନ । ଆମ ହିନ୍ଦୁ ଧର୍ମରେ ଆମେ ଯାହାକୁ ଥରେ ବିବାହ କରିଥାଇ ସାତ ଜନ୍ମ ପାଇଁ ଏହି ପବିତ୍ର ବନ୍ଧନରେ ବାନ୍ଦି ହୋଇଯାଉ । କେତେ ସ୍ୱପ୍ନ ଦେଖି ବିବାହ କରିଥିବ ସ୍ତ୍ରୀ । ହେଲେ ସ୍ତ୍ରୀର ସବୁ ସ୍ୱପ୍ନ ଭାଙ୍ଗି ଧୂଳିସାତ ହୋଇଯାଇଛି । ଆଜିର ଏହି କଳୁଷିତ ଦୁନିଆରେ କାହାକୁ ନିଜର ଭାବିବା ହିଁ ଭୁଲ । ଏ ଦୁନିଆଁ ହେଉଛି ବଡ ସ୍ୱର୍ଥପର । ବିଚିତ୍ର ଏ ଦୁନିଆ ବିଚିତ୍ର ଏ ସଂସାର । କାଲି ଯେ ପର ଆଜି ସେ ନିଜର ଆଉ ଆଜି ଯେ ନିଜର କାଲି ସେ ପର ।
ସ୍ଵାମୀ ହେଉଛନ୍ତି ଇହ କାଳ ପରକାଳ ର ଦେବତା।ସାତ କଳସ ଆଠ ଦୀପ ଓ ହୋମ ନିଆଁ କୁ ସାଖି ରଖି ବିବାହ ମଣ୍ଡପ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ସ୍ବାମୀ ସ୍ତ୍ରୀ ଦୁଇ ଜଣ । ବିବାହ ର କିଛି ବର୍ଷ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ ଏହି ସମ୍ପର୍କରେ କେଜାଣି କାହାର ନଜର ଲାଗିଗଲା । ଏମିତି ଏକ ହସ ଖୁସିର ସଂସାରରେ ଲାଗିଲା କଳଙ୍କର ଦାଗ। ଗୋଟିଏରେ ବୁଝିନଥିଲା ମନ। ଘରେ ସ୍ତ୍ରୀ ଓ ୮ବର୍ଷର ପୁଅ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କୁ କୋର୍ଟରେ ଦ୍ୱିତୀୟ ବିବାହ କରୁଥିଲେ ବ୍ୟକ୍ତି। ଏହି କଥା ସଂପୃକ୍ତ ବ୍ୟକ୍ତିଙ୍କ ବାପା ଜାଣିପାରିଥିଲେ। ପରେ କୋର୍ଟରେ ପହଞ୍ଚି ପୁଅକୁ ଟାଣି ଟାଣି ଆଣି ପୁଲିସ ଜିମାରେ ଦେଇଥିଲେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ
ସୂଚନା ଅନୁସାରେ, ତୁଳସୀ ଜେନାଙ୍କ ଏତଲା କ୍ରମେ ସେ ଏଡତାଳ ଗ୍ରାମ ପଞ୍ଚାୟତ ଅଧୀନ ବିଷ୍ଣୁ ମୋହନ ଜେନାଙ୍କ ପୁଅ ଅଜୟ କୁମାର ଜେନାଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ।ବିବାହ ପରେ ସ୍ତ୍ରୀ ତୁଳସୀ ଓ ସ୍ବାମୀ ଅଜୟ ଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ମଧ୍ୟ ହୋଇଥିଲା। କିନ୍ତୁ ସ୍ବାମୀ ନିଜ ସ୍ତ୍ରୀ ର ଅଜାଣତରେ ଚାନ୍ଦିମାଳ ଅଞ୍ଚଳରେ ଗୋଟିଏ ସ୍ତ୍ରୀ ଲୋକ ସାଙ୍ଗରେ ଅନୈତିକ ସମ୍ପର୍କ ରଖିଥିଲେ। କିନ୍ତୁ ଏହି ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ସେ ତାର ପ୍ରଥମ ସ୍ତ୍ରୀ ଙ୍କୁ ଛାଡି ଚାନ୍ଦିମାଳ ଅଞ୍ଚଳର ସେହି ସ୍ତ୍ରୀ ଲୋକ ସହିତ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ମନସ୍ଥ କରିଥିଲା। ସେ ତାର ପ୍ରଥମ ସ୍ତ୍ରୀ ତୁଳସୀ କୁ କିଛି ନ ଜଣାଇ ଆଜି କୋର୍ଟ ରେ କୋର୍ଟ ମେରେଜ୍ କରିବା ପାଇଁ ଯାଇଥିଲେ । ଠିକ ସେହି ସମୟରେ କୌଣସି ସୂତ୍ରରୁ ଅଜୟଙ୍କ ର ପ୍ରଥମ ସ୍ତ୍ରୀ ଏହି ବିବାହ ବାବଦରେ ଖଵର ପାଇ ଯାଇଥିଲେ। ସେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ନିଜ ଶ୍ଵଶୁର ଓ ପୁଅ ଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହିଭଳି କାର୍ଯ୍ୟ କୁ ଦେଖି ରାଗରେ ନିଜ ପୁଅ ଏବଂ ସମ୍ପୃକ୍ତ ସ୍ତ୍ରୀ ଲୋକ କୁ ବିଚ୍ ରାସ୍ତା ଭିଡି ଭିଡି ଆଣି ବାସୁଦେବପୁର ପୋଲିସର ଜିମାରେ ଦେଇଥିବାର ଦେଖିବାକୁ ମିଳିଥିଲା। ବିଚ୍ ରାସ୍ତା ରେ ନିଜ ପୁଅକୁ ଭିଡି ଭିଡି ନେଲା ବେଳେ ବଜାର ରେ ଲୋକ ମାନେ ଏପରି ଘଟଣା କୁ ଦେଖି ଚକିତ ହେବା ସହିତ କଣ ପାଇଁ ଆଉ କେଉଁ କାରଣ ପାଇଁ ଏପରି ଏକ ଘଟଣା ଘଟିଛି ବୋଲି ଲୋକ ମାନଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଛି । ଅପରପକ୍ଷରେ ଅଜୟ ଓ ଚାନ୍ଦିମାଳ ର ସମ୍ପୃକ୍ତ ମହିଳା ଙ୍କ ପାଖରୁ ଏହି ଘଟଣା ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକା ପଢନ୍ତୁ :ଗଜପତିରେ ଆରମ୍ଭ ହୋଇଛି ପୋଷ୍ଟାଲ୍ ଭୋଟିଂ