ଭାରତ ବନାମ ଇଂଲଣ୍ଡ: ଲର୍ଡ୍ସରେ ବର୍ଷା, ଟସ୍ ପଡ଼ିବାରେ ବିଳମ୍ବ, ଖେଳାଳି ଏକାଦଶକୁ ନେଇ ଚିନ୍ତାରେ କୋହଲି
Khabar Odisha:england-v-india-lords-test-captain-virat-kohli-joe-root-strategy-stats-and-10-points-to-know
ଲଣ୍ଡନ, ଅଗଷ୍ଟ୦୯(ଖବର ଓଡ଼ିଶା):

ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଐତିହାସିକ ଲର୍ଡ୍ସ ମୈଦାନରେ ଖେଳାଯାଉଛି।  ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ। ବର୍ମିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଜିତି ଇଂଲଣ୍ଡ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଅନ୍ୟ ପଟେ ଘରୋଇ ଦଳ ଏହି ମ୍ୟାଚ୍ ଜିତି  ସିରିଜରେ ଅଗ୍ରଣୀ ରହିବାକୁ ଚାହିଁବ। ମାତ୍ର ଆଜି ଲଣ୍ଡନରେ ସକାଳେ ବର୍ଷା ହୋଇଛି। ବର୍ତ୍ତମାନ ରିମଝିମ ବର୍ଷା କାରଣରୁ ଟସରେ ବିଳମ୍ବ ଘଟିଛି ଏବଂ ମ୍ୟାଚ୍ ଆରମ୍ଭ ହେବାରେ ମଧ୍ୟ ବିଳମ୍ବ ହୋଇପାରେ। 

ଲର୍ଡ୍ସ ପଡିଆରେ ଭାରତୀୟ ସମୟନୁସାରେ ଅପରାହ୍ନ ସାଢେ ୩ଟାରେ ମ୍ୟାଚ୍ ଆରମ୍ଭ ହେବାର ଥିଲା। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବର୍ଷା ହେବାରୁ ଦୁଇ ଦଳକୁ ନିଜର ରଣନୀତି ପରିବର୍ତ୍ତନ କରିବାକୁ ପଡ଼ିବ। ବର୍ଷା ଯୋଗୁଁ ଟସ୍ ମଧ୍ୟ ବିଳମ୍ବ ଘଟିଛି। ପଡିଆ ଆଦ୍ରତା ଥିବାରୁ ଦ୍ରୁତ ବୋଲରଙ୍କୁ ଫାଇଦା ହୋଇପାରେ। 

ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶିଖରଙ୍କ ଜାଗାରେ ଚେତେଶ୍ଵର ପୂଜାରାଙ୍କୁ ଦଳରେ ସାମିଲ କରାଯାଇପାରେ। ଏହା ବ୍ୟତୀତ କୋହଲି ଦୁଇ ଜଣ ସ୍ପିନରଙ୍କୁ ଖେଳାଇବା ଉପରେ ମଧ୍ୟ ବିଚାର କରି ପାରନ୍ତି। ଅଶ୍ଵିନିଙ୍କ ସହିତ ରବୀନ୍ଦ୍ର ଜାଡେଜା କିମ୍ବା କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ଦିଆଯାଇପାରେ। 

ଧାଓ୍ଵନଙ୍କ ଜାଗାରେ ଚେତେଶ୍ଵର ପୂଜାରା

ଅନୁଭବି ଚେତେଶ୍ଵର ପୂଜାରା ପ୍ରଥମ ଟେଷ୍ଟରେ ବାହାରେ  ବସିଥିଲେ। ଯଦି ନେଟ୍ ପ୍ରାକ୍ଟିସକୁ ଦେଖାଯାଏ ତେବେ ଚେତେଶ୍ଵର ପୂଜାରାଙ୍କୁ ଲର୍ଡ୍ସ ଟେଷ୍ଟରେ ସୁଯୋଗ ମିଳିପାରେ। ମଙ୍ଗଳବାର ଧାଓ୍ଵନ ନେଟ୍ ପ୍ରାକ୍ଟିସ ମଧ୍ୟ କରିନାହାନ୍ତି। ପୂଜାରା, କୋହଲି ଓ କେଏଲ ରାହୁଲ ମଙ୍ଗଳବାର ନେଟ୍ ପ୍ରାକ୍ଟିସ କରିଥିଲେ। ଏମିତି ହେଲେ ମୁରଲୀ ବିଜୟଙ୍କ ସହିତ କେଏଲ ରାହୁଲ ଓପନିଂ କରି ପାରନ୍ତି। 

ଲର୍ଡ୍ସରେ ଏ ପର୍ୟ୍ୟନ୍ତ ଭାରତର ପ୍ରଦର୍ଶନ

କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ଭାରତ ଏ ପର୍ୟ୍ୟନ୍ତ ୧୭ଟି ମ୍ୟାଚ୍ ଖେଳିଛି। ଏଥିରୁ ଦଳ କେବଳ ୨ଟି ମ୍ୟାଚରେ ବିଜୟୀ ହୋଇଛି। ଇଂଲଣ୍ଡ ଏଠାରେ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ଜିତିଛି ଏବଂ ବାକି ୪ ମ୍ୟାଚ୍ ଡ୍ର ରହିଛି। ଭାରତ ଏହି ଐତିହାସିକ ପଡିଆରେ ପ୍ରଥମ ଥର ୧୯୮୬ରେ ଇଂଲଣ୍ଡକୁ ୫ ଓ୍ଵିକେଟରେ ହରାଇଥିଲା। ୨୦୧୪ରେ ଏହି ଗ୍ରାଉଣ୍ଡରେ ଭରାତ ଘରୋଇ ଦଳକୁ ୯୬ ରନରେ ପରାସ୍ତ କରିଥିଲା। 

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚର ରେକର୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଏ ପର୍ୟ୍ୟନ୍ତ ୧୧୮ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ଏଥିରୁ ଭାରତ ୨୫ଟି  ଟେଷ୍ଟ ମ୍ୟାଚ୍ ଜିତିଥିବା ବେଳେ ୪୪ଟିରେ ପରାଜିତ ହୋଇଛି। ୪୯ଟି ଟେଷ୍ଟ ମ୍ୟାଚ୍ ଡ୍ର ରହିଛି। ଇଂଲଣ୍ଡ ମାଟିରେ  ଏ ପର୍ୟ୍ୟନ୍ତ ଦୁଇ ଦେଶ ମଧ୍ୟରେ ୫୮ଟି ଟେଷ୍ଟ ଖେଳାଯାଇଛି।  ଏଥିରୁ ଭାରତ ମାତ୍ର ୬ଟି ଜିତିଥିବା ବେଳେ ଇଂଲଣ୍ଡ ୩୧ଟି ଟେଷ୍ଟରେ ବାଜି ମାରିଛି। ୨୧ଟି ଟେଷ୍ଟ ଡ୍ର ରହିଛି। 

ଏହି ପ୍ରକାର ଦୁଇ ଦଳର ଖେଳାଳି ଏକାଦଶ

ଭାରତ 

ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ମୁରଲୀ ବିଜୟ, କେଏଲ ରାହୁଲ, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ, ଦିନେଶ କାର୍ତ୍ତିକ, ଋଷଭ ପନ୍ତ, କରୁଣ ନାୟର, ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ଵିନି, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମରା। 

ଇଂଲଣ୍ଡ

ଜୋ ରୁଟ(ଅଧିନାୟକ), ଆଲିଷ୍ଟର କୁକ୍, କିଟୋନ  ଜେନିଙ୍ଗ୍ସ, ଜନି ବେୟାରଷ୍ଟୋ, ଜୋସ ବଟଲର, ଓଲିଭର ପୋପ୍, ମୋଇନ ଅଲୀ, ଆଦିଲ ରସିଦ,  ଜେମି ପୋର୍ଟର, ସ୍ୟାମ କୁରନ, ଜେମ୍ସ ଆଣ୍ଡରସନ, କ୍ରିସ ଓ୍ଵକ୍ସ। 

  • Tags:

Subscribe

National International State Sports Entertainment