ମାର୍ଚ୍ଚ ସୁଦ୍ଧା ଶେଷ ହେବ ଲୋକାୟୁକ୍ତ ଚୟନ ପ୍ରକ୍ରିୟା, ଏପ୍ରିଲ୍‌ ୮ରୁ କାର୍ଯ୍ୟ ଆରମ୍ଭ
Khabar Odisha:odisha-will-appoint-Lokayukta-by-March-31
ନୂଆଦିଲ୍ଲୀ, ଫେବୃୟାରୀ ୧୧ (ଖବର ଓଡ଼ିଶା):

ଓଡ଼ିଶାରେ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପାଇଁ ଚୟନ ପକ୍ରିୟା ଶେଷ ହେବ ଏବଂ ଏପ୍ରିଲ୍ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟକାରୀ । ଏ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ସୋମବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଲୋକାୟୁକ୍ତ ନିଯୁକ୍ତି ମାମଲାର ଶୁଣାଣୀ କରିଛନ୍ତି । 

ଲୋକା‌ୟୁକ୍ତ ନିଯୁକ୍ତି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆସନ୍ତା ଏପ୍ରିଲ୍ ୮ ତାରିଖରୁ ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟ ଆରମ୍ଭ କରିବେ କିନ୍ତୁ ଏହା ପୂର୍ବରୁ ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପକ୍ରିୟା ଶେଷ ହେବ ବୋଲି ରାଜ୍ୟ ସରକାର ସତ୍ୟପାଠ ଜରିଆରେ ସୁପ୍ରିମକୋଟଙ୍କୁ ଜଣାଇଛନ୍ତି । ଏହି ଶୁଣାଣୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଆଇନଜୀବୀ ଉପସ୍ଥିତ ଥିଲେ । 

ଦେଶରେ ପ୍ରଥମ ରାଜ୍ୟ ଭାବେ ୨୦୧୪ ଫେବୃୟାରୀ ୧୪ରେ ଓଡ଼ିଶା ବିଧାନସଭାରେ ଲୋକାୟୁକ୍ତ ନିଯୁକ୍ତି ସଂକଳ୍ପ ପାରିତ ହୋଇଥିଲା । ସେହିବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ ମଧ୍ୟ କରିଥିଲେ । କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟାରେ ଶୀଥିଳତା ଦେଖାଦେଇଥିଲା ଏବଂ ନିଯୁକ୍ତି ହୋଇପାରି ନ ଥିଲା । ଯାହାକୁ ନେଇ ଗତ ବର୍ଷ ଅକ୍ଟୋବର ୨୪ରେ ସୁପ୍ରିମକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ । କେବେ ଲୋକାୟୁକ୍ତ ନିଯୁକ୍ତି ହେବ, ସେ ନେଇ ସରକାର ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାପାଇଁ କହିଥିଲେ । ମୁଖ୍ୟଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ତତ୍ପରତା ପ୍ରକାଶ କରି ୭ ଜଣିଆ ଚୟନ କମିଟି ଗଠନ କରିଥିଲେ । 

Subscribe

National International State Sports Entertainment