ଲକ୍ଷ୍ୟ ହାସଲ କଲା ମୋଦୀ ସରକାରଙ୍କ ସୌଭାଗ୍ୟ ଯୋଜନା, ୨.୪୮ କୋଟି ଘର ଆଲୋକିତ
Khabar Odisha:national-odisha-narendra-modi-saubhagya-yojana-only-28594-households-left-to-be-electrified
ନୂଆଦିଲ୍ଲୀ, ଫେବୃଆରୀ ୧୨(ଖବର ଓଡିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଛବିକୁ ସୁଧାରିବା ପାଇଁ ଗତ ସାଢେ ଚାରିବର୍ଷ ଧରି ଲଗାତାର ଭାବେ ପ୍ରୟାସ କରୁଛନ୍ତି । ଏହି ପ୍ରୟାସରେ ସୌଭାଗ୍ୟ ଯୋଜନା ମଧ୍ୟ ସାମିଲ ଅଛି । ଏହି ଯୋଜନା ଅନ୍ତର୍ଗତ ବିଜୁଳି ନଥିବା ଘରକୁ ଆଲୋକିତ କରାଯିବ । ଯୋଜନାରେ ଗରୀବଙ୍କୁ ୫ଟି ଏଲଇଡି ବଲବ, ଗୋଟିଏ ଫ୍ୟାନ ଏବଂ ଏକ ଏକ ବ୍ୟାଟେରୀ ଦେବା ପାଇଁ ନିଷ୍ପତି ହୋଇଛି । 

୨୦୧୭ ସେପ୍ଟେମ୍ବର ୨୫ରେ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା । ଏହାର ଅବଧୀ ମାର୍ଚ୍ଚ ୩୧, ୨୦୧୯ ଯାଏଁ ନିର୍ଧାରିତ ହୋଇଥିଲା । ଯାହାର ଶେଷ ଦିନ ପାଖେଇ ଆସୁଛି । ବର୍ତମାନ ଏହା ଗୁରୁତ୍ୱପୂର୍ଣ୍ଣ କି ମୋଦୀ ସରକାର ଲକ୍ଷ୍ୟ ହାସଲ କରିବାରେ କେତେ ସଫଳ ହୋଇଛନ୍ତି  ।

ସୌଭାଗ୍ୟ ଯୋଜନାର ୱେବସାଇଟରେ ଦିଆଯାଇଥିବା ତଥ୍ୟାନୁସାରେ, ବର୍ତମାନ ମାତ୍ର ୨୮,୫୯୪ ଅର୍ଥାତ ୦.୦୧ ପ୍ରତିଶତ ଘରେ ବିଜୁଳି ପହଁଚି ପାରିନାହିଁ । ଏହିମାସର ଶେଷ ମଧ୍ୟରେ ଏହି ସବୁ ଘରେ ବଦ୍ୟୁତିକରଣ ହୋଇଯିବ । 

ରାଜସ୍ଥାନର ଉଦୟପୁର ଜିଲ୍ଲାରେ କେବଳ ୮,୪୬୦ ଟି ଘର ରହିଛି ଯେଉଁଠାରେ ବିଦ୍ୟୁତ ପହଁଚିନାହିଁ । ସେହିପରି ଛତିଶଗଡର ବିଜାପୁର, ନାରାୟଣପୁର, ଦାନ୍ତେୱାଡା ଏବଂ ସୁକମାରେ ପ୍ରାୟ ୨୦,୧୩୪ ଲୋକଙ୍କ ଘରେ ବିଜୁଳି ପହଁଚାଇବା ବାକି ରହିଛି । 

ଏହି ଯୋଜନାର ଲକ୍ଷ୍ୟ ଥିଲା କି ଦେଶର ପ୍ରାୟ ୨.୫ କୋଟି ଘରେ ବିଜୁଳି ସଂଯୋଗ କରାଯାଇ ପାରିବ । ଏହା ମଧ୍ୟରୁ ବର୍ତମାନ କେବଳ ୨୮୫୯୪ଟି ଘର ବାକି ରହି ଯାଇଛି । ଏହା ମୋଦୀ ସରକାରଙ୍କ ଏକ ବଡ ସଫଳତା । ୨.୪୫ କୋଟି ଘର ଆଲୋକିତ ହୋଇଛି । ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଅନ୍ୟ ଘର ସବୁ ଆଲୋକିତ ହୋଇଯିବ ।

  • Tags:

Subscribe

National International State Sports Entertainment