୩୦ ବର୍ଷର ପୁରୁଣା ମାମଲାରେ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ମିଳିପାରେ ଜେଲଦଣ୍ଡ
Khabar Odisha:SC-Navjot-Sidhu-May-Get-Strict-Punishment-In-30-Year-Old-Case

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ (ଖବର ଓଡ଼ିଶା): ସୁପ୍ରିମକୋର୍ଟ ଗତ ବର୍ଷ ମେ’ମାସ ୧୫ରେ ରୋଡରେଜ ମାମଲାରେ କେବଳ ପିଟାମରା କରିବାକୁ ଦୋଷୀ ସାବ୍ୟସ୍ତ କରି ଏକ ହଜାର ଟଙ୍କା ଜରିମାନା ଲଗାଇଥିଲେ । ପିଟାମରା (ଧାରା ୩୨୩)ରେ ଅତି କମରେ ଏକ ବର୍ଷ ଜେଲ ଦଣ୍ଡ ଓ ଅଧିକ ଭାବରେ ୧୦୦୦ ଟଙ୍କା ଜରିମାନା ଦେବାର ବ୍ୟବସ୍ଥା ଅଛି । ସୁପ୍ରିମକୋର୍ଟ ପୁନଃବିଚାର ଆବେଦନକୁ କେବଳ ଜେଲଦଣ୍ଡ ଭିତରେ ସୀମିତ ରଖିଛନ୍ତି । ଏହି ଆଧ।।ରରେ ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ନବଜ୍ୟୋତ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡ ହୋଇପାରେ । 

ବିଚାରପତି ଜଷ୍ଟିସ ଜେ. ଚେଲମେଶ୍ୱର ଓ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲେଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସିଦ୍ଧୁଙ୍କୁ ହତ୍ୟା ଅଭିଯୋଗରେ ଦୋଷମୁକ୍ତ କରି ଦେଇଥିଲେ । ଖଣ୍ଡପୀଠ ନିଜ ରାୟରେ କହିଥିଲେ ମାମଲା ୩୦ ବର୍ଷର ପୁରୁଣା । ସିଦ୍ଧୁଙ୍କ ମୃତ ଗୁରନାମ ସିଂହ କୌଣସି ପୁରୁଣା ଶତ୍ରୁ ନଥିଲେ । ଯେଉଁ ପରିସ୍ଥିତିରେ ଏହି ଘଟଣା ଦେଖିବାକୁ ମିଳିଥିଲା, ଏଥିରେ କୌଣସି ପ୍ରକାରର ଅସ୍ତ୍ରର ବ୍ୟବହାର ହୋଇ ନଥିଲା । ଆମେ ଭାବୁଛୁ ଯେ, ସିଦ୍ଧୁଙ୍କୁ ଏକ ହଜାର ଟଙ୍କା ଜରିମାନା ଦଣ୍ଡ ମିଳିବା ନ୍ୟାୟୋଚ୍ଚିତ ହେବ । ଏହି ଘଟଣାରେ ଅଭିଯୁକ୍ତ ରୂପିନ୍ଦର ସିଂହ ସନ୍ଧୁଙ୍କୁ ମଧ୍ୟ ନିର୍ଦ୍ଦୋଶ କରାଯାଇଥିଲା । 

ସିଦ୍ଧୁଙ୍କ ଉପରେ ଦୋଷ ଥିଲା ଯେ, ୧୯୮୮ ଡିସେମ୍ବର ୨୭ରେ ପଟିଆଲା ସଡ଼କରେ ୬୫ ବର୍ଷିଅ ଗୁରନାମ ସିଂହଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏହାପରେ ସିଦ୍ଧୁ ଗୁରନାମ ସିଂହଙ୍କୁ ଏକ ଗୋଇଠା ମାରିଥିଲେ । ହସ୍ପିଟାଲରେ ବ୍ରେନ ହେମରେଜ ଯୋଗୁଁଙ୍କ ମୃତ୍ୟୁ ହୋଇଥିଲା । ନିମ୍ନ ଅଦାଲତ ସିଦ୍ଧୁଙ୍କୁ ଦୋଷମୁକ୍ତ କରି ଦେଇଥିଲେ କିନ୍ତୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ବିରୋଧରେ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ଫଳରେ ସିଦ୍ଧୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

  • Tags:

Subscribe

National International State Sports Entertainment