ମେଲବୋର୍ଣ୍ଣରେ ରାନୀ ମୁଖାର୍ଜୀ ଦେଶର ବଢାଇଲେ ସମ୍ମାନ, କହିଲେ ବିଦେଶରେ ତ୍ରିରଙ୍ଗା ଉଡାଇବା ଗର୍ବର କଥା
Khabar Odisha:Rani-Mukerji-Flagged-Indian-National-Flag-In-Indian-Film-Festival-Of-Melbourne-2018
ମୁମ୍ବାଇ, ଅଗଷ୍ଟ ୧୧, (ଖବର ଓଡିଶା)

ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ‘ଇଣ୍ଡିଆନ ଫିଲ୍ମ ପେଷ୍ଟିଭାଲ ମେଲବୋର୍ଣ୍ଣ ୨୦୧୮’ରେ ପହଂଚି ଥିଲେ । ଏହି ଫେଷ୍ଟିଭାଲ ସମୟରେ ରାନୀ ମୁଖାର୍ଜୀ ଜାତୀୟ ପତାକା ଉଡାଇଥିଲେ ଓ ରାଷ୍ଟ୍ରୀୟ ଗୀତ ଗାଇଥିଲେ । ଏହି ଫେଷ୍ଟିଭାଲ ପ୍ରତିବର୍ଷ ପାଳନ କରାଯାଇଥାଏ । ଗତ ବର୍ଷ ଏହି ଫେଷ୍ଟିଭାଲରେ ଐଶର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟା ସହିତ ଯୋଗ ଦେଇଥିଲେ । ଏହି ଖାସ ଅବସରରେ ରାନୀ ମୁଖାର୍ଜୀ ଏକ ଧଳା ରଙ୍ଗର ଶାଢୀ ସହିତ ଧଳା ମୋତିର ମାଳି ପନ୍ଧିଥିଲେ । ଏହି ସିମ୍ପଲ ଲୁକରେ ରାନୀ  ମୁଖାର୍ଜୀ ଖୁବ ସୁନ୍ଦର ଲାଗୁଥିଲେ । ମିଳିଥିବା ରିପୋର୍ଟ ଅନୁଯାୟୀ, ତିରଙ୍ଗାକୁ ଉଡାଇବା ପରେ ହିନ୍ଦୀ ସିନେମା ଜଗତର ବବଲୀ ଗର୍ଲ ରାନୀ ମେଲବୋର୍ଣ୍ଣରେ ଏହି ଭେଷ୍ଟିଭାଲରେ ସମ୍ମାନିତ ହୋଇଥିଲେ । 

ରାନୀ ମୁଖାର୍ଜୀ କହିଛନ୍ତି କି, ତ୍ରିରଙ୍ଗା ଉଡାଇବା ଗର୍ବର କଥା ଆଉ ଯେବେ ଏହି ସୁଯୋଗ ବିଦେଶରେ ମିଳେ ତେବେ ଏହାଠାରୁ ଖୁସିର କଥା କଣ ହୋଇପାରେ । ଏହି କାମ ପାଇଁ ମୋତେ ବଛାଯାଇଛି ଏହା ପାଇଁ ମୁଁ ନିଜକୁ ଗୌରବନ୍ୱିତ ମନେକରୁଛି ।

ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବୋର୍ଣ୍ଣ ୨୦୧୮ରେ ରାନୀ ମୁଖାର୍ଜୀଙ୍କୁ ଜାତୀୟ ପତାକା ଉତୋଳନ କରୁଥିବାର ଫଟୋ  ଭାଇରାଲ ହୋଇଛି । ଏହା ସହିତ ରାନୀ ମୁଖାର୍ଜୀ ରାଷ୍ଟ୍ରୀୟ ସଙ୍ଗିତ ଗାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । 

  • Tags:

Subscribe

National International State Sports Entertainment