ବିରୋଧୀଙ୍କ ଉପରେ ମୋଦୀଙ୍କ ହମଲା, ସେମାନେ ମଜବୁର ସରକାର ଚାହାନ୍ତି, ଆମେ ମଜବୁତ ସରକାର ଚାହୁଁଛୁ
Khabar Odisha:politics-odisha-New-Delhi-Pm-Narendra-Modi-Slams-opposition
ଲକ୍ଷ୍ନୌ , ଜାନୁଆରୀ ୧୨(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ଦେଶର ଇତିହାସରେ ପ୍ରଥମ ଥର ଏମିତି ସରକାର ରହିଛି ଯାହା ଉପରେ ଭ୍ରଷ୍ଟାଚାରର ଆରୋପ ନାହିଁ, ଦେଶ ବିକାଶ ମନ୍ତ୍ର ଆଧାରରେ ଆଗକୁ ବଢୁଛି।  ଏହା ସହିତ ପିଏମ ମୋଦୀ ଦେଶର ବିକାଶ, ସୁରକ୍ଷା, ଗରିବ  କଲ୍ୟାଣ, କୃଷକଙ୍କ  ହିତ ପାଇଁ ଆଗାମୀ ନିର୍ବାଚନରେ ଦେଶରେ ମଜବୁତ ସରକାର ରହିବା ଉପରେ ଓକିଲାତି କରିଛନ୍ତି?  

ରାମଲୀଲା ମଇଦାନରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ସମାପନ ଅଧିବେଶନକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ବିରୋଧୀ ଚାହୁଁନାହାନ୍ତି ଯେ ସରକାର ସବୁ ଲକ୍ଷ୍ୟ ପୂରଣ କରନ୍ତୁ, ଏବେ ଦେଶ ପାଇଁ ବହୁତ କିଛି କରିବା ବାକି ରହିଛି।  ମାତ୍ର ଆମ ସରକାର ଦେଶରେ ବିକାଶରେ ଥିବା ଅଭାବକୁ ଦୂର କରିବାକୁ ସଚ୍ଚୋଟତାର ସହ କାର୍ଯ୍ୟ କରିଛନ୍ତି। 

୨୦୧୯ରେ ଦେଶରେ ମଜବୁତ ସରକାର ଉପରେ ଗୁରୁତ୍ଵାରୋପ କରି ମୋଦୀ କହିଛନ୍ତି ଯେ ଆମେ ମଜବୁତ ସରକାର ଚାହୁଁଛୁ ମାତ୍ର ବିରୋଧୀ କଳେ ବଳେ କୌଶଳେ ମେଣ୍ଟ କରି ମଜବୁତ ସରକାର ଚାହାନ୍ତି।  ମଜବୁତ ସରକାର ହେଲେ କୃଷକଙ୍କୁକ ଉଚିତ୍ ଦାମ ମିଳିବ ମାତ୍ର ମଜବୁର ସରକାର ୟୁରିଆ ଘୋଟାଲା କରିବ। 

କଂଗ୍ରେସ ସହିତ କିଛି ବିରୋଧୀ ଦଳ ଉପରେ ପ୍ରହାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ  ମଜବୁତ ସରକାର ଚାହୁଁଛୁ ଯିଏ ଦେଶର ସେନାକୁ ସବୁ ପ୍ରକାରର ଜରୁରୀ ଆବଶ୍ୟକତା ପୂରଣ କରି ପାରିବ। କୃଷକଙ୍କୁ ସଶକ୍ତ କରି ପାରିବ। ମାତ୍ର ସେମାନେ ଏମିତି ମଜବୁର ସରକାର ଚାହାନ୍ତି ଯଦ୍ଵାରା ପ୍ରତିରକ୍ଷା ରାଜିନାମାରେ ଦଲାଲି ଖାଇ ପାରିବେ, କୃଷକଙ୍କ ଋଣ ଛାଡରେ ଘୋଟାଲା କରି ପାରିବେ। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଇତିହାସରେ ପ୍ରଥମ ଥର ଏମିତି ସରକାର ରହିଛି ଯାହା ଉପରେ ଭ୍ରଷ୍ଟାଚାରର କୌଣସି ଆରୋପ ନାହିଁ।  ରାମ ମନ୍ଦିର ପ୍ରସଙ୍ଗରେ ମୋଦୀ କହିଛନ୍ତି ଯେ ଅଯୋଧ୍ୟା ବିଷୟରେ କଂଗ୍ରେସ ନିଜର ଓକିଲଙ୍କ ମାଧ୍ୟମରେ ନ୍ୟାୟ ପ୍ରକ୍ରିୟାରେ ବାଧା  ଦେବାକୁ ଚେଷ୍ଟା କରୁଛି। କଂଗ୍ରେସ ଚାହୁଁ ନାହିଁ ଯେ  ଅଯୋଧ୍ୟା ବିବାଦର ସମାଧାନ ହେଉ। କଂଗ୍ରେସର ଏହି ଆଭିମୁଖ୍ୟକୁ ଭୁଲିବା ଉଚିତ୍ ନୁହେଁ ବୋଲି ମୋଦୀ କହିଛନ୍ତି। 

Subscribe

National International State Sports Entertainment