ମୁଁ ଟଙ୍କା ଚୋରି କରିଛି, ଏହା କହିବା ବନ୍ଦ କରି ଦୟାକରି ଟଙ୍କା ନେଇଯାଅ : ବିଜୟ ମାଲ୍ୟା
Khabar Odisha:Extradition-And-Settlement-Offer-Are-Not-Linked-Please-Take-All-Money-Said-Vijay-Malya
ନୂଆଦିଲ୍ଲୀ, ଡିସେମ୍ବର ୬, (ଖବର ଓଡିଶା)

 ମୁଁ ଟଙ୍କା ଚୋରି କରିଛି, ବାରମ୍ବାର ଏହା କହିବା ବନ୍ଦ କରିଦିଅନ୍ତୁ , ଦୟାକରି ଟଙ୍କା ଫେରାଇ ନିଅନ୍ତୁ, ଆଜି ଆଉଥରେ ପୁଣି ମାଲ୍ୟା ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ଯେଉଁଠି ବି ଉପସ୍ଥିତ ଅଛି, ମୁଁ ନିବେଦନ କରୁଛି କି, କୃପାକରି ଟଙ୍କା ନେଇଯାଅ । ମୁଁ ଏହି ଏହି ମାମଲାକୁ ଶେଷ କରିବାକୁ ଚାହୁଁଛି । 

ସୂଚନାନୁଯାୟୀ, କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବ ପ୍ରମୁଖ ଗତକାଲି ସୋସିଆଲ ମିଡିଆ ଜରିଆରେ ଭାରତ ସରକାରଙ୍କୁ ଟଙ୍କା ସ୍ୱୀକାର କରିବାକୁ ନିବେଦନ କରିଛନ୍ତି । ଭାରତର ପାଖାପାଖି ୯୦୦ କୋଟି ନେଇ ଦେଶରୁ ପଳାୟନ କରିଥିବା ୬୨ ବର୍ଷୀୟା ମାଲ୍ୟାଙ୍କ ପ୍ରତ୍ୟାର୍ପଣକୁ ନେଇ ଡିସେମ୍ବର ୧୦ରେ ବ୍ରିଟିଶ କୋର୍ଟରେ ନିଷ୍ପତି ଶୁଣାଯାଇଥିଲା । ଏବେ ତାଙ୍କ ପ୍ରତ୍ୟାର୍ପଣକୁ ନେଇ ବ୍ରିଟେନରେ କେସ୍ ଚାଲିଛି । କିନ୍ତୁ ମାଲ୍ୟାଙ୍କ କହିବା ଅନୁଯାୟୀ, ତାଙ୍କୁ ନେତା ଏବଂ ମିଡିଆ ଭୁଲ୍ ଉପାୟରେ ଡିଫଲ୍ଟର ଭାବେ ଉପସ୍ଥାପନ କରୁଛନ୍ତି । 

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଆଜି ପୁଣି ଥରେ ତାଙ୍କ ପ୍ରତ୍ୟାର୍ପଣ ନିଷ୍ପତିକୁ ନେଇ ଟିପ୍ପଣୀ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି, ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇଁ ମୁଁ ପ୍ରସ୍ତୁତ ଅଛି କିନ୍ତୁ ମୋ ପ୍ରତ୍ୟାର୍ପଣ ଏବଂ ଟଙ୍କା ଫେରାଇବା ମାମଲା କିଭଳି ଜଡିତ ମୁଁ ଜାଣି ପାରୁ ନାହିଁ । ମୁଁ ଟଙ୍କା ଚୋରୀ କରିଛି ବୋଲି କୁହା ଯାଉଥିବା କଥାକୁ ବନ୍ଦ କରିବାକୁ ଚାହୁଁଛି । 

ଏହା ପୂର୍ବରୁ ଗତ ବୁଧବାର ସେ ଟ୍ୱିଟ୍ କରି କହିଥିଲେ ଯେ, ସେ ଜଣେ ଅପରାଧୀ ନୁହଁନ୍ତି । କିନ୍ତୁ ଭାରତରେ ତାଙ୍କୁ ଜଣେ ଅପରାଧୀ ବୋଲି କୁହା ଯାଉଛି ।  ତିନି ଦଶକ ପର‌୍ୟ୍ୟନ୍ତ ଭାରତରେ କିଙ୍ଗଫିଶର ବାଣିଜ୍ୟ କରିଛି । ଏହି ସମୟରେ ବିଭିନ୍ନ ରାଜ୍ୟକୁ ସହାୟତା ମଧ୍ୟ କରିଛନ୍ତି । କିଙ୍ଗଫିଶରର ଏଭଳି ପରିସ୍ଥିତି ଦେଖି ସେ ଦୁଃଖିତ । ଏବେ ସେ ବ୍ୟାଙ୍କର ମୂଳଧନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସୁଧ ଦେଇ ପାରିବେ ନାହିଁ । ତାଙ୍କୁ ଚୋର ନ କହି ବ୍ୟାଙ୍କ ଏହାକୁ ନେବା ଦରକାର । 

Subscribe

National International State Sports Entertainment