ଓ୍ଵିଲିୟମ ଡି ନାର୍ଦ୍ଧୋସ ଓ ପଲ ଏମ ରୋମଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର
Khabar Odisha:william-d-nordhaus-and-paul-m-romer-wins-economics-nobel-prize-2018
ନୂଆଦିଲ୍ଲୀ, ଅକ୍ଟୋବର୦୮(ଖବର ଓଡ଼ିଶା):

ରୟାଲ ସ୍ଵେଡିଶ ଏକାଡେମୀ ଅଫ ସାଇସେନ୍ସ ସୋମବାର ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଘୋଷଣା କରିଛି। ଅର୍ଥଶାସ୍ତ୍ରରେ ଚଳିତ ବର୍ଷ ମିଳିତ ଭାବେ ଦୁଇ ଜଣଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ।  ଓ୍ଵିଲିୟମ ଡି ନାର୍ଦ୍ଧୋସ ଓ  ପଲ ଏମ ରୋମଙ୍କୁ ୨୦୧୮ ନୋବେଲ ପାଇଁ ଚୟନ କରାଯାଇଛି। ଜଳବାୟୁ ପରିବର୍ତ୍ତନ  ପାଇଁ ନୂତନ ଜ୍ଞାନ କୌଶଳର ଆବିଷ୍କାର ପାଇଁ ଉଭୟଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।  ଓ୍ଵିଲିୟମ୍ସ ମ୍ୟାକ୍ରୋଇକୋନୋମିକ୍ସ ଆନାଲିସିସ୍ କ୍ଷେତ୍ର ସହିତ  ଜଡ଼ିତ ଅଛନ୍ତି।  ସେ ପ୍ରକୃତି ଓ ବଜାରର ଅର୍ଥନୀତି ମଧ୍ୟରେ ଥିବା ସମ୍ବନ୍ଧକୁ ଯୋଡ଼ି ଏହାକୁ ବିସ୍ତାର କରୁଥିବା ମୋଡେଲ ପ୍ରସ୍ତୁତ କରିଛନ୍ତି। ଏହା ସହିତ ଜଳବାୟୁ ପରିବର୍ତ୍ତନରେ ହେଉଥିବା କ୍ଷତିକୁ ରୋକିବା ପାଇଁ ସମାଧାନର ରାସ୍ତା ବାହାର କରିଛନ୍ତି।  ଉଲ୍ଲେଖଯୋଗ୍ୟ ୧୯୦୧ରୁ କ୍ରମାଗତ  ବିଜ୍ଞାନ, ଅର୍ଥନୀତି, ସାହିତ୍ୟ ଓ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିଙ୍କୁ ନୋବେଲ ପୁରସ୍କାର ଦିଆଯାଉଛି।

ଚଳିତ ବର୍ଷ ଶାନ୍ତିର ନୋବେଲ ପୁରସ୍କାର ଘୋଷଣା ହୋଇ ସାରିଛି। ଚଳିତ ବର୍ଷ ମିଳିତ ଭାବେ ଦୁଇ ଜଣଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଉଛି। ନାଦିଆ ମୁରାଦ ଓ ଡାକ୍ତର ଡେନିସ ମୁକଓ୍ଵେଗେଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଏହି ପରି ପଦାର୍ଥ ବିଜ୍ଞାନରେ ୨, ରସାୟନ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ସମ୍ମାନରେ ସମ୍ମାନିତ କରାଯିବ।

Subscribe

National International State Sports Entertainment