ପ୍ରଧାନମନ୍ତ୍ରୀ ଆଶାୟୀ ଭାବେ ଇମରାନଙ୍କ ନାମରେ ଆଜି ଲାଗିବ ମୋହର, ୧୪ରେ ନେବେ ଶପଥ
Khabar Odisha:pti-will-be-named-for-imran-khan-s-name-for-pm-candidate-today
ଲାହୋର, ଅଗଷ୍ଟ ୦୬(ଖବର ଓଡିଶା):

ତହରିକ-ଏ-ଇନସାଫ(ପିଟିଆଇ) ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଜି ଇମରାନ ଖାନଙ୍କୁ ଦଳର ଆଶାୟୀ ଘୋଷଣା କରିବ । 

ଗତକାଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ୍ ଅନୁଯାୟୀ, ଦଳର ପ୍ରବକ୍ତା ଫବାଦ ଚୌଧରୀ ଇସଲାମବାଦର ଏକ ହୋଟେଲରେ ଦଳର ସଂସଦୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି  । ଏହି ବୈଠକରେ ପ୍ରଧାନମନ୍ତ୍ରୀ ପଦର ଆଶାୟୀ ଭାବେ ଇମରାନ ଖାନଙ୍କ ନାମ ଘୋଷଣା କରାଯିବ । ସେ ସରକାର ଗଠନ କରିବା ପାଇଁ ଦଳ ପାଖରେ ପୂର୍ଣ୍ଣ ସମର୍ଥନ ଥିବା ଦାବି କରିବା ସହ ନ୍ୟାସନାଲ ଆସେମ୍ବଲିରେ ୧୨୫ ଆସନ ଥିବା କହିଛନ୍ତି ।  

ସହଯୋଗୀ ଏବଂ ସଂରକ୍ଷିତ ଆସନକୁ ମିଶାଇ ପିଟିଆଇ ପାଖରେ ୧୭୪ ଆସନ ହୋଇଯିବ । ସେହିପରି ବେଲୁତିସ୍ଥାନର ନ୍ୟାସନାଲ ପାର୍ଟି ମେଙ୍ଗଲର ସମର୍ଥନରେ ଏହି ସଂଖ୍ୟା ୧୭୭ରେ ପହଂଚିବ ।

  • Tags:

Subscribe

National International State Sports Entertainment