ଇଂଟରପୋଲ ମୁଖ୍ୟ ନିଖୋଜ ଘଟଣା: ପତ୍ନୀ କହିଲେ ସେପ୍ଟେମ୍ବରରୁ ହୋଇ ନାହିଁ ସମ୍ପର୍କ
Khabar Odisha:interpol-chief-meng-hongwei-missing-french-government-ordered-inquiry
ଚୀନ, ଅକ୍ଟୋବର ୬(ଖବର ଓଡିଶା):

ଫ୍ରାନ୍ସ ଲିଓନସ୍ଥିତ ନିଜ ଘରୁ ସ୍ୱଦେଶ ଚୀନ ଯାଉଥିବା ବେଳେ ଇଂଟରପୋଲ ମୁଖ୍ୟ ମେଙ୍ଗ ହୋମବେଇ ନିଖୋଜ ହୋଇ ଯାଇଛନ୍ତି । ଏହି ଘଟଣା ପରେ ଫ୍ରାନ୍ସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ଜଣେ ଅଧିକାରୀଙ୍କ କହିବାନୁସାରେ ମେଙ୍ଗ ବିମାନ ଯୋଗେ ଚୀନ ପହଁଚିଛନ୍ତି । କିନ୍ତୁ ସେଠାରେ ପହଁଚିବା ପରେ ତାଙ୍କର କୌଣସି ଖୋଜ ଖବର ନାହିଁ । ତାଙ୍କ ପତ୍ନୀ ଗତକାଲି ସେପ୍ଟେମ୍ବର ଶେଷରୁ ତାଙ୍କ ସହ କଥା ହୋଇ ନଥିବା କହିଛନ୍ତି ।

ସ୍ଥିତି ଆହୁରି ସନ୍ଦେହଜନକ ହୋଇଯାଇଛି କାରଣ ମେଙ୍ଗ କେବଳ ଇଂଟରପୋଲର ମୁଖ୍ୟ ନୁହେଁ ବରଂ ଚୀନ ସାର୍ବଜନୀକ ସୁରକ୍ଷା ମାମଲାର ଉପମନ୍ତ୍ରୀ । ସେ ନିଖୋଜ ହେବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଚୀନ କହିଛି । 

ତେବେ ଫ୍ରାନ୍ସ ନିଜ ତରଫରୁ ତଦନ୍ତ ଆରମ୍ଭ କରିଥିବା ସୂଚନା ମଳିଛି । ତେବେ ଚୀନ କିଛି ପଦକ୍ଷେପ ନେଇଛି ନା ନାହିଁ ସେ ନେଇ କିଛି ଜଣାପଡିନାହିଁ । କିନ୍ତୁ ଚୀନର ଏକ ଖବର କାଗଜରେ ଦେଶରେ ଚାଲୁଥିବା ଦୁର୍ନୀତି ବିରୋଧି ଅଭିଯାନରେ ମେଂଗ ଜଣେ ଖେଳାଳି ବୋଲି କୁହାଯାଇଛି । 

ଖବରକାଗଜରେ କୁହାଯାଇଛି ଯେ ମେଂଙ୍ଗ ଗତ ସପ୍ତାହରେ ଚୀନ ପହଁଚିବା ପରେ ତାଙ୍କୁ ଅନୁଶାସନ ଅଧିକାରୀ ଜେରା ପାଇଁ ନେଇଛନ୍ତି ।  ଏହି ଅଧିକାରୀମାନେ ଚୀନି କମ୍ୟୁନିଷ୍ଟ ଦଳର ଯାଂଚ ଅଧିକାରୀ ଯେଉଁମାନେ ଦୁର୍ନୀତି ଏବଂ ରାଜନୈତିକ ବିଶ୍ୱାସଘାତ ଅଭିଯୋଗର ଯାଂଚ କରନ୍ତି ।

  • Tags:

Subscribe

National International State Sports Entertainment