ଫ୍ୟାନ୍ସଙ୍କ ଅପେକ୍ଷାର ଘଟିଲା ଅନ୍ତ, ରିଲିଜ ହେଲା ୨.୦ର ଟ୍ରେଲର
Khabar Odisha:rajinikanth-and-akshay-kumar-film-2-0-trailer-released
ମୁମ୍ବାଇ, ନଭେମ୍ବର ୦୩ (ଖବର ଓଡିଶା) :

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ମୋଷ୍ଟ ୱାଂଟେଡ୍ ଫିଲ୍ମ ୨.୦ର ଟ୍ରେଲର ଆଜି ରିଲିଜ ହୋଇଛି । ଏହି ଫିଲ୍ମର ଟ୍ରେଲରକୁ ନେଇ ଫ୍ୟାନ୍ସମାନେ ଅପେକ୍ଷାରେ ଥିଲେ । ତେବେ ଆଜି ସେମାନଙ୍କର ଅପେକ୍ଷାର ଅନ୍ତ ହୋଇଛି । ୨.୦ରେ ଅକ୍ଷୟ କୁମାର ଭିଲିଆନ୍ ଭୁମିକାରେ ନଜର ଆସିବେ । ତେବେ ଅକ୍ଷୟଙ୍କର ଏହା ପ୍ରଥମ ତାମିଲ ଫିଲ୍ମ । ରଜନୀକାନ୍ତ ଏଥିରେ ହିରୋ ଭୂମିକାରେ ଅଛନ୍ତି । ଫିଲ୍ମର ଗୀତ ଗୁଡିକ ଏ ଆର ରହମାନ କମ୍ପୋଜ କରିଛନ୍ତି । 

ଟ୍ରେଲରର ବିଷୟବସ୍ତୁରେ ପ୍ରଥମରୁ ସେଲ୍ ଫୋନ୍ ଗାଏବ ହେଉଥିବାର ଦେଖା ଯାଉଛି ଏବଂ ସେହି ସମୟରେ ଭିଲିଆନ ଅନ୍ଦାଜରେ ଅକ୍ଷୟ କୁମାର ଏଂଟ୍ରୀ କରୁଛନ୍ତି । ସମ୍ଫୂର୍ଣ୍ଣ ଟ୍ରେଲରରେ ଅକ୍ଷୟ କୁମାର ଏବଂ ରଜନିକାନ୍ତଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ଏହା ଭାରତର ମହଙ୍ଗା ମୁଭି ମଧ୍ୟରୁ ଅନ୍ୟତମ । ଏହା ଏକ ସାଇନ୍ସ ଫିକ୍ସନ ଥ୍ରୀଲର ଫିଲ୍ମ । 

ଏସ୍ ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ବଜେଟ ୫୪୩ କୋଟି ରହିଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ରଜନୀକାନ୍ତ, ଏମୀ ଜୈକ୍ସନ, ଆଦିଲ ହୁସେନ ମଧ୍ୟ ଅଛନ୍ତି । ତେବେ ଏହି ଫିଲ୍ମ ନଭେମ୍ବର ୨୯ରେ ରିଲିଜ ହେବାକୁ ଯାଉଛି । 

Subscribe

National International State Sports Entertainment