୨୦୦କୋଟି ଛୁଇଁବାର ପାଦେ ଦୁରରେ ରହିଛି ଫିଲ୍ମ ଉରି
Khabar Odisha:Entertainment-Bollywood-Odisha-Uri-movie-income-close-to-200-crore
ମୁମ୍ବାଇ ,ଫେବୃଆରୀ ୦୮(ଖବର ଓଡ଼ିଶା) :

୨୦୧୯ ମସିହା ଆରମ୍ଭରେ ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଥିଲା ଦମଦାର ବଲିଉଡ଼ ମୁଭି ଉରି -ଦ ସର୍ଜିକାଲ ଷ୍ଟ୍ରାଇକ । ଏହି ସିନେମାଟି ବକ୍ସ ଅଫିସରେ ପ୍ରଥମ ଦିନରେ ଭଲ ଓପନିଙ୍ଗ କରି  ପ୍ରଥମ ଦିନରେ ୮. ୨୦ କୋଟି ଟଙ୍କା ଆୟ କରିଥିଲା । 

‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ ଓପନିଙ୍ଗରେ ଆୟ କରିବା ମାମଲାରେ ବିବେକୀ କୋଶଳଙ୍କ ଏହି ସିନେମା ବର୍ଷ ଆରମ୍ଭରୁ ହିଁ ବ୍ଳକବଷ୍ଟର ସିନେମା ଭାବେ ପରିଚୟ ପାଇଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ , କାଶ୍ମୀରର ଉରି ଆର୍ମୀ ବେସ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ଥାନ ଅଧିକୃତ ଅଂଚଳରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଷ୍ଟ୍ରାଇକକୁ ନେଇ ଏହି ଫିଲ୍ମ ନିର୍ମିତ।

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକରେ ବିବେକୀ କୋଶଳଙ୍କ ସହିତ ୟାମୀ ଗୌତମ ଓ ପରେଶ ରାୱଲ ମଧ୍ୟ ମୁଖ୍ୟ ଭୂମିକାରେ ରହିଛନ୍ତି । କମ ବଜେଟରେ ହୋଇଥିବା  ଉରି ବକ୍ସ ଅଫିସରେ ୧୯୭ କୋଟି ପାର କରିସାରିଛି । ଉରି ବକ୍ସଅଫିସରେ ଭଲ ପ୍ରଦର୍ଶନ କରୁଥିବାରୁ ଏହା ୨୦୦ କୋଟି ଆୟ କୁ ଛୁଇଁବ ବୋଲି ଆଶା କରାଯାଇଛି ।

Subscribe

National International State Sports Entertainment