ନୂଆଦିଲ୍ଲୀ: ଘର ବାହାରକୁ ଅଟା କିଣିବାକୁ ଯାଇଥିବା କନଷ୍ଟେବଳଙ୍କୁ ଗୁଳିକରି ହତ୍ୟା
Khabar Odisha:Delhi-constable-killed-by-unidentified-person-firing

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ଦିଲ୍ଲୀର ଜୈତପୁରୀ ଥାନାର ମୁଖ୍ୟ କନଷ୍ଟେବଙ୍କୁ  ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । ରିପୋର୍ଟ ଅନୁସାରେ ମଙ୍ଗଳବାର ରାତି ୧୧ଟାରେ କନଷ୍ଟେବ ରାମ ଅବତାର ଅଟା କିଣିବାକୁ ଯାଇଥିଲେ । ଏହି ସମୟରେ ଜଣେ ଅଜଣା ଦୁର୍ବୃତ୍ତ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି । 

ଦକ୍ଷିଣ-ପୂର୍ବ ଦିଲ୍ଲୀର ଜୈତପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ରାମ ଅବତାର ଜୈତପୁର ଥାନା ଅନ୍ତର୍ଗତ ଶକ୍ତି ବିହାର ଅଞ୍ଚଳରେ ନିଜ ପରିବାର ସହିତ ରହନ୍ତି । ରାତିରେ ସେ ନିକଟସ୍ଥ ଦୋକାନକୁ ଅଟା କିଣିବା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କୁ ପୂର୍ବରୁ ଟାର୍ଗେଟ କରିଥିବା ଜଣେ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇ ଯାଇଥିଲା । 

ଗୁଳି ବାଜିବା ପରେ ରାମ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ହସ୍ପିଟାଲରେ ଭର୍ତ୍ତି କରାଯିବାର କିଛି ସମୟ ପରେ ଡାକ୍ତର ରାମଙ୍କୁ ମୃତ ଘୋଷଣା କରିଥିଲେ । 

ମୃତ କନଷ୍ଟେବ ଦିଲ୍ଲୀର ଆମ୍ବେଦକର ନଗର ଥାନାରେ ମୁତୟନ ଥିଲେ । ତାଙ୍କର ଘର ଜୈତପୁର ଥାନା ଅଞ୍ଚଳର ଶକ୍ତି ବିହାର । ପୋଲିସ ଘଟଣାର ତଦନ୍ତ କରୁଛି । 

 

  • Tags:

Subscribe

National International State Sports Entertainment