ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଖେଳସୂଚୀ ସାମ୍ନାକୁ ଆସିଛି । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଆସନ୍ତା ଜୁନ ୪ ତାରିଖରୁ ୩୦ ତାରିଖରେ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରଯିବ । ମୋଟ ୧୦ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ୨୭ ଦିନରେ ଖେଳାଯିବ ମୋଟ ୫୫ଟି ମ୍ୟାଚ । ଏଥର ୧୬ ପରିବର୍ତ୍ତେ ୨୦ ଟି ଦଳ ଟୁର୍ଣ୍ଣାମେଣ୍ଟ ଖେଳିବେ ।
୨୦ ଟିମକୁ ୫ ଲେଖାଏଁ ୪ ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଟିମ ସୁପର-୮ ମ୍ୟାଚ ଖେଳିବେ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ ଖେଳିବେ । ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ । ୨୦୦୭ରେ ହୋଇଥିବା ପ୍ରଥମ ଟି୨୦ ବିଶ୍ୱକପରେ ଭାରତ ବିଜେତା ହୋଇଥିଲା । ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଦୁଇ ଦୁଇ ଥର ବିଜେତା ହୋଇଥିବା ବେଳେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ପାକିସ୍ତାନ ଏକ ଥର ବିଜେତା ହୋଇଛନ୍ତି ।