ଇଣ୍ଡିଆ ଏବଂ ପାକିସ୍ତାନ କ୍ରିକେଟ ୱାର୍ଲଡ କପକୁ ନେଇ ବଡ ସୂଚନା । ବଦଳି ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିଶ୍ୱକପ୍ ତାରିଖ । ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ୫୦ ଓଭର କ୍ରିକେଟ ବିଶ୍ୱକପ୍ ଏବଂ ଅକ୍ଟୋବର ୧୫ରେ ଭାରତ ବନାମ ପାକିସ୍ତାନର ମହାମୁକାବିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମଦାବାଦଠାରେ ଦେଖିବାକୁ ମିଳିବ ବୋଲି କାର୍ଯ୍ୟସୂଚୀରେ ଉଲ୍ଲେଖ ଥିଲା , ଆଉ ଏ ନେଇ କ୍ରୀଡ଼ାପ୍ରେମୀ ବେଶ ଉତ୍ସାହିତ ଥିବାବେଳେ ବଡ ଖବର ସାମ୍ନାକୁ ଆସିଛି ।
ଗୁଜରାଟରେ ଅକ୍ଟୋବର ୧୫ରେ ନବରାତ୍ରି ଆରମ୍ଭ ହେଉଥିବାରୁ ସିକ୍ୟୁରିଟିରେ ବାଧା ଆସିପାରେ ବୋଲି ଶୁଣିବାକୁ ମିଳିଛି । ଆଉ ଏ ନେଇ ବିସିସିଆଇ ତାରିଖ ବଦଳାଇବା ପାଇଁ ସବୁ ରାଜ୍ୟ କ୍ରିକେଟ ଆସୋସିଏସନ ସହିତ ଆଲୋଚନା କରିବାର ସୂଚନା ମିଳିଛି | ଅକ୍ଟୋବର ୧୫ ନବରାତ୍ରୀର ପ୍ରଥମ ଦିନ , ଏ ନେଇ ଚଳଚଂଚଳ ହୋଇଉଠିବ ଗୁଜରାଟ ସହର | ଆଉ ଭାରତ ପାକିସ୍ତାନ ବଡ ମୁକାବିଲା ହୋଇଥିବାରୁ ସୁରକ୍ଷାରେ ଆଞ୍ଚ ଆସିପାରେ । ଆଉ ଏନେଇ କୌଣସି ରିସ୍କ ନେବା ପାଇଁ ଚାହୁଁନାହିଁ ବିସିସିଆଇ ।
ଏବେ ଦେଖିବା ବାକି ରହିଲା ଆଗାମୀ ଦିନରେ ଏହି ଖବରକୁ ନେଇ କଣ ନିଷ୍ପତି ନେଉଛି ବିସିସିଆଇ ।