ଅପେକ୍ଷାରେ କ୍ରିକେଟ ମୈଦାନ: ବୁମ୍ ବୁମ୍ ବୁମ୍ରା ଓ ଶ୍ରେୟସ ଆୟରଙ୍କ ଫ୍ୟାନ୍ ଭୁବନେଶ୍ୱର : ଏପ୍ରିଲ ୧୬ (ଖବର ଓଡିଶା) Share story: ବୁମ୍ ବୁମ୍ ବୁମ୍ରାଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସିର ଖବର। ନ୍ୟୁଜିଲାଣ୍ଡରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଅଣ୍ଟାରେ ଅସ୍ତ୍ରୋପଚାର (ସର୍ଜରି) ଶେଷ ହେବା ପରେ ଏବେ ଯନ୍ତ୍ରଣା ଲାଘବ ହେଲାଣି। ବର୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ତାଙ୍କର ପୁନଃଥଇଥାନ କାମ ଆରମ୍ଭ ହୋଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କ ଅଣ୍ଟା ପାଖରେ ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି। ତେବେ ବୁମ୍ରା ଗତ ସେପ୍ଟେମ୍ବର ମାସରୁ କ୍ରିକେଟ୍ଠୁ ଦୂରରେ ଥିଲା ବେଳେ ଏସିଆ କପ୍ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ବାଦ୍ ପଡ଼ିଥିଲେ। ତଥାପି ତାଙ୍କୁ ଆଉ ଦୁଇ ମାସ ପରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ପାଇଁ ପ୍ରସ୍ତୁତ କରିବାକୁ ବିସିସିଆଇ ଡାକ୍ତରୀ ଦଳ ସବୁପ୍ରକାର ଉଦ୍ୟମ କରୁଛନ୍ତି। ଅସ୍ତ୍ରୋପଚାରର ୬ ସପ୍ତାହ ପରେ ବୁମ୍ରାଙ୍କ ପୁନଃଥଇଥାନ କାମ ଆରମ୍ଭ କରିବାକୁ ଡାକ୍ତର ପରାମର୍ଶ ଦେଇଥିବାରୁ ସେହି ଅନୁସାରେ ଶୁକ୍ରବାର ଠାରୁ ବେଙ୍ଗାଲୁରୁସ୍ଥିତ ଏନ୍ସିଏରେ ତାଙ୍କର ପରବର୍ତ୍ତୀ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଶ୍ରେୟସଙ୍କର ଅସ୍ତ୍ରୋପଚାର ହେବା ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ମେଡିକାଲ୍ରେ ରହିବେ ଓ ଏହା ପରେ ସେ ମଧ୍ୟ ଏନ୍ସିଏରେ ପୁନଃଥଇଥାନ ପାଇଁ ଯୋଗଦେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି। BCCI Big Update Jasprit Bumrah Shreyas Iyer cricket Khabar odisha ଖବର ଓଡ଼ିଶା, Reporter, 16/04/2023