ଆଗକୁ କ୍ରିକେଟ ଜଗତରେ ହେବାକୁ ଯାଉଛି ଗୋଟେ ପରେ ଗୋଟେ ବଡ ଟୁର୍ନାମେଣ୍ଟ | ୨୦୨୩ କ୍ରିଡାସୂଚୀ ଅନୁଯାୟୀ, ଏସିଆ କପ ସାଙ୍ଗକୁ ୫୦ ଓଭର କ୍ରିକେଟ ବିଶ୍ୱକପ୍ ରହିଛି | ବର୍ତ୍ତମାନ ଭାରତ ବନାମ ୱେଷ୍ଟ ଇଣ୍ଡିଜ ଟେଷ୍ଟ ମୁକାବିଲା ଶେଷ ହୋଇଛି ଯେଉଁଥିରେ ଭାରତ ୧-୦ ରେ ବାଜି ମାରିଛି ଆଉ ଏହା ପରେ ଭାରତର ୱେଷ୍ଟ ଇଣ୍ଡିଜ ସହିତ ୩ଟି ଦିନିକିଆ ଏବଂ ୫ଟି ଟି୨୦ ବାକି ରହିଛି | ଏହା ପରେ ଭାରତ ଆୟାରଲ୍ୟାଣ୍ଡ ସହିତ ୩ଟି ଟି୨୦ ଖେଳିବାର ଖେଳସୂଚୀ ରହିଛି | ଏହା ପରେ ଆରମ୍ଭ ହେବ ଏସିଆ କପ୍ ଏବଂ ଅକ୍ଟୋବର ମାସରେ ଖେଳାଯିବ ୫୦ ଓଭର ବିଶ୍ୱକପ୍ |
ସବୁଠୁ ବଡ କଥା ହେଲା ଭାରତର ବଡ ପ୍ରତିଦ୍ଵନ୍ଦୀ ପାକିସ୍ତାନ ସହିତ ଅତି କମରେ ୨ ଥର ଟକ୍କର ଦେଖିବାକୁ ପାଇବେ କ୍ରୀଡ଼ାପ୍ରେମୀ | ଭାରତ ପାକିସ୍ତାନ ସବୁଠାରୁ ବଡ ମୁକାବିଲା ବୋଲି ମନେ କରାଯାଏ ଆଉ ଏତେ କମ ବ୍ୟବଧାନରେ ହେବ କ୍ରିକେଟର ବହୁ ପୁରୁଣା ଟକ୍କର | ଏହି କ୍ରିଡାସୂଚୀ ସମଗ୍ର କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ଭରିଦେବ |