ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାରୁ ନାବାଳିକାକୁ ଦୁଷ୍କର୍ମ କରିଛି ଦୁର୍ବୁତ୍ତ । ରାସ୍ତା ଉପରୁ ଉଠାଇ ନେଇ ୩ ଦିନ କାଳ ବନ୍ଦୀ କରି ରଖଥିଲା ଅଭିଯୁକ୍ତ ଅମନ । ଅଭିଯୁକ୍ତ ଅମନ ତାଙ୍କ ସହ ବଳାତ୍କାର କରିବା ସହ ତାଙ୍କ ମୁହଁରେ ଏକ ଗରମ ଲୁହା ରଡରେ ତାଙ୍କ ନାମ ଲେଖିଥିଲା । ତେବେ ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର କ୍ଷେରୀ ଅଞ୍ଚଳରେ ।
ଘଟଣା ଦିନ ଯୁବତୀଜଣକ ଘରକୁ ଏକୁଟିଆ ଫେରୁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କୁ ରାସ୍ତାରୁ ଉଠାଇ ନେଇ ନିଜ ଘରକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କୁ ୩ ଦିନ କାଳ ବନ୍ଦୀ କରି ରଖିଥିଲେ। ଏହା ମଧ୍ୟରେ ସେ ତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ଯୁବତୀଙ୍କ ମୁହଁକୁ ଗରମ ଲୁହା ରଡରେ ଚେଙ୍କ ଦେଇଥିଲେ। ଏପରିକି ଅଭିଯୁକ୍ତଜଣକ ଚେଙ୍କ ଦେଇ ଯୁବତୀଙ୍କ ମୁହଁରେ ନିଜ ନାମ ଲେଖି ଦେଇଥିବା ଜଣାଯାଇଛି।
ଯୁବତୀଙ୍କ ମା’ ଝିଅ ନିଖୋଜ ନେଇ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୩ ଦିନ ପରେ କୌଣସି ପ୍ରକାରେ ଯୁବତୀଜଣକ ସେଠାରୁ ଗତ ୨୧ ତାରିଖରେ ଖସି ଆସିଥିଲେ। ଅଭିଯୁକ୍ତଜଣକ ନିଜ ମା’ ଓ ଭଉଣୀଙ୍କ ଉପସ୍ଥିତିରେ ଏପରି କରୁଥିଲେ ବି ସେମାନେ ତାଙ୍କୁ ରକ୍ଷା କରୁ ନଥିବା ଯୁବତୀଜଣକ ପୁଲିସ୍ ସମ୍ମୁଖରେ କହିଥିଲେ। ପୁଲିସ୍ ଏହି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି।
ଅଧିକା ପଢନ୍ତୁ :ମସଲା ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କଲା ଏମଡିଏଚ