ବିଶ୍ୱକପ୍ ୨୦୨୩କୁ ନେଇ ଜୋରଦାର ହୋଇଗଲାଣି ସେମି ଫାଇନାଲ ରେସ୍ । ସବୁ ଦଳ ଏବେ ଫର୍ମରେ ରହିଛନ୍ତି । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ବାଂଲାଦେଶ ଏବଂ ଶ୍ରୀଲଙ୍କା । ଅପରାହ୍ନ ୨ଟାରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୮ ତମ ମ୍ୟାଚ୍ । ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ହେବ ଦୁଇ ଦଳ ମଧ୍ୟରେ ଲଢେଇ ।
ବର୍ତ୍ତମାନ ଯାଏଁ ବାଂଲାଦେଶ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୬ଟାରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ଦୁଇ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୯ମ ସ୍ଥାନରେ ରହିଛି ବାଂଲାଦେଶ । ତେବେ ବାଂଲାଦେଶ ଟିମ୍ ଚଳିତ ବିଶ୍ୱକପ୍ର ସେମି ରେସ୍ରୁ ଆଉଟ୍ ହୋଇସାରିଛି । ତେଣୁ ଆଜିର ମ୍ୟାଚ୍ ଜିତି ସମ୍ମାନ ସହ ପଏଣ୍ଟ ଟେବୁଲ୍ରେ ନିଜ ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରିବା ଦଳ ।
ସେପଟେ ଶ୍ରୀଲଙ୍କା ସାତୋଟି ମ୍ୟାଚରୁ ଚାରି ପଏଣ୍ଟ ସହ ଟେବୁଲରେ ସପ୍ତମ ସ୍ଥାନରେ ରହିଛି, ଯେଉଁଥିରେ ଦୁଇଟି ବିଜୟ ଏବଂ ପାଞ୍ଚଟି ପରାଜୟ ରହିଛି। ତେଣୁ ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ରେ ସ୍ଥିତି ମଜବୁତ୍ କରିବା ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ସେହିପରି ଆଗାମୀ ଚାମ୍ପିଆନସିପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଚଳିତ ବିଶ୍ୱକପ୍ରେ ଶ୍ରେଷ୍ଠ ୭ଟି ଟିମ୍ ଖେଳିବ । ବାକି ପାକିସ୍ତାନକୁ ହୋଷ୍ଟ ଦେଶ ଭାବେ ସୁଯୋଗ ମିଳିବ । ତେଣୁ ଆଜିର ମ୍ୟାଚ୍ ଜିତି ଉଭୟ ଟିମ୍ ପଏଣ୍ଟ ଟେବୁଲ୍ରେ ନିଜ ସ୍ଥିତିକୁ ମଜ୍ବୁତ୍ କରିବାକୁ ନଜର ରଖିବ ।
ଅଧିକ ପଢ଼ନ୍ତୁ : ଆଜି ସୁପର ସନ 'ଡେ ରେ ହେବ ସୁପର ଫାଇଟ : ଅପରାଜୟ ଭାରତ ସହ ଲଢ଼ିବ ସାଉଥ ଆଫ୍ରିକା