ଆଜି ସୁପର ସନ 'ଡେ ରେ ହେବ ସୁପର ଫାଇଟ । ବିଶ୍ୱକପର ସବୁଠୁ ଶକ୍ତିଶାଳୀ ଦଳ ମଧ୍ୟରେ ଆଜି ହେବ କଡା ଟକ୍କର । ଅପରାଜୟ ଭାରତ ସହ ଲଢ଼ିବ ସାଉଥ ଆଫ୍ରିକା । ଚଳିତ ବିଶ୍ୱକପରେ ଏଯାଏଁ ଗୋଟେ ବି ମ୍ୟାଚ ହାରିନାହିଁ ରୋହିତ ବାହିନୀ । ଅନ୍ୟପଟେ ବିପକ୍ଷ ଦକ୍ଷିଣ ଆଫ୍ରିକା ଦଳ ବି କିଛି କମ୍ ନୁହେଁ | ମାତ୍ର ଗୋଟିଏ ମ୍ୟାଚ ହରି ପଏଣ୍ଟ ଟେବୁଲ ର ଦୁଇ ନମ୍ବର ରେ ରହିଛି ଦକ୍ଷିଣ ଆଫ୍ରିକା । ଆଜି କୋଲକାତା ଇଡେନ ଗାର୍ଡେନରେ ହେବ ରନ୍ ର ବର୍ଷା । ଆଜିର ଏହି ଦମଦାର ମ୍ୟାଚ କୁ ଦେଖିବାକୁ କ୍ରିକେଟ ଫ୍ୟାନଙ୍କର ଉତ୍ସାହ ଦୁଇଗୁଣା ହୋଇଛି ।
ବିଶ୍ୱକପ୍ କ୍ରିକେଟରେ ଭାରତ ଓ ଦକ୍ଷିଣ ଆଫ୍ରିକା ୭ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଲେଣି। ଭାରତ ୭ଟି ଯାକ ମ୍ୟାଚ୍ ଜିତି ୧୪ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି। ଉଭୟ ଦଳ ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି। ତେଣୁ ସେମି ଫାଇନାଲ ପୂର୍ବରୁ ଆସନ୍ତାକାଲିର ଲଢ଼େଇ ହେଉଛି, ଦୁଇ ମହାଶକ୍ତିଶାଳୀ ଦଳ ମଧ୍ୟରେ ବଡ଼ ଶକ୍ତି ପରୀକ୍ଷା ହେବ । ଭାରତୀୟ ଶକ୍ତ ବୋଲିଂ ଏବଂ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମଧ୍ୟରେ ମହାଲଢ଼େଇ ଦେଖିବାକୁ ମିଳିବ ।
ଦକ୍ଷିଣ ଆଫ୍ରିକା ପୂର୍ବ ୭ଟି ମ୍ୟାଚ୍ ରୁ କେବଳ ନେଦରଲାଣ୍ଟ୍ ଠାରୁ ଗୋଟିଏ ମ୍ୟାଚ୍ ପରାଜିତ ହୋଇଛି । ଶ୍ରୀଲଙ୍କା, ଅଷ୍ଟ୍ରେଲିଆ,ଇଂଲଣ୍ଡ, ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ଼ ବଡ଼ ବିଜୟ ହାସଲ କରି ନିଜର ନେଟ୍ ରନ୍ରେଟ୍କୁ ଉଚ୍ଚା ରଖିଥିବା ବେଳେ ଭାରତ ସବୁଯାକ ମ୍ୟାଚ ଜିତିଛି । ଆଜି ଦିନ ଦୁଇ ଟାରେ ଆରମ୍ଭ ହେବ ମ୍ୟାଚ ।
ଅଧିକ ପଢନ୍ତୁ :- ବିଶ୍ୱକପରୁ ବାଦ ପଡିବା ପରେ ହାର୍ଦିକ ଲେଖିଲେ ମନର କଥା