ହାର୍ଦିକ ଦଳରୁ ବାଦ ପଡିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ଖବର ପ୍ରକାଶ ପାଇବା ପରେ ହାର୍ଦିକ ନିଜ ମନର କଷ୍ଟକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ବିଶ୍ୱକପ୍ର ଅବଶିଷ୍ଟ ଅଂଶରୁ ମୁଁ ବଞ୍ଚିତ ହେବି ବୋଲି ଭାବିବା ମୋ ପାଇଁ କଷ୍ଟକର । ମୁଁ ସବୁବେଳେ ଦଳ ସହିତ ଥିଲି ଏବଂ ରହିବି , ଭାରତୀୟ ଦଳକୁ ମୁଁ ପ୍ରତେକ ବଲରେ ଉତ୍ସାହିତ କରିବି । ସେ ସମସ୍ତଙ୍କ ସହଯୋଗ ଓ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଏ ଭାରତୀୟ ଦଳ ସମସ୍ତଙ୍କୁ ଗର୍ବ ଅନୁଭବ କରାଇବ ।
ହାର୍ଦିକ ପାଣ୍ଡ୍ୟା ଭାରତୀୟ ଦଳରୁ ବାଦ ପଡିବା ପରେ ଭାରତକୁ ବଡ ଝଟକା ଲାଗିଛି । ସାମାନ୍ୟ ଆହତ ବୋଲି ଆଶା କରାଯାଉଥିଲେ ମଧ୍ୟ ଏ ଆଘାତ ଭାରତୀୟ ଦଳ ପାଇଁ କେତେ ବଡ ବିପଦ ପାଲଟିବ ତାହା ଚିନ୍ତା କରିବା ଅସମ୍ଭବ । ଆହତ ହାର୍ଦିକ ପାଣ୍ଡ୍ୟା ଦଳରୁ ବାଦ ପଡିବା ପରେ ଅଧିନାୟକ ରୋହିତ ଶର୍ମା ବେଶ ଚିନ୍ତିତ ଅଛନ୍ତି । କାରଣ ଉଭୟ ବ୍ୟାଟିଂ ଓ ବୋଲିଙ୍ଗରେ ଦଳକୁ ମଜବୂତୀ ପ୍ରଦାନ କରୁଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଭାରତୀୟ ଦଳକୁ ମାହାଙ୍ଗା ପଡିପାରେ । ଅନ୍ୟପକ୍ଷରେ ହାର୍ଦିକଙ୍କ ଟ୍ୱିଟ ପରେ ସମସ୍ତେ ହାର୍ଦିକଙ୍କ ସୁସ୍ଥ କାମନା କରିଛନ୍ତି ।
ଅଧିକ ପଢନ୍ତୁ : ନିଉଜିଲାଣ୍ଡ ବିପକ୍ଷ ମ୍ୟାଚ୍ରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା