ଟୋକିଓ: ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ଲକ୍ଷ୍ୟ ସେନ୍ ଇତିହାସ ରଚିଛନ୍ତି । ଜାପାନରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟରେ ସେ ଜାପାନ କୋକି ୱାଟାନାବେଙ୍କ ହରାଇ ପୁରୁଷ ଏକକର ‘ଜାପାନ ମାଷ୍ଟର୍ସ’ ଟାଇଟଲ୍ ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି ।
ଲକ୍ଷ୍ୟ ସେନ୍ 'କୁମାମୋଟୋ ମାଷ୍ଟର୍ସ ଜାପାନ ସୁପର ୫୦୦' ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଗେମ୍ରେ ପରାଜିତ ହେବା ପରେ, ସେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ । ଜାପାନର ପ୍ରମୁଖ ଖେଳାଳି କୋକି ୱାଟାନାବେଙ୍କୁ ୧୩-୨୧, ୨୧-୧୮, ୨୧-୧୪ ସ୍କୋରରେ ପରାସ୍ତ କରିଥିଲେ ।
ବର୍ତ୍ତମାନ ବିଶ୍ୱ ମାନ୍ୟତାରେ ୧୩ତମ ସ୍ଥାନରେ ଥିବା ଏବଂ ନିକଟରେ 'ହାଇଲୋ ଓପନ୍' (Hylo Open) ଜିତିଥିବା ଲକ୍ଷ୍ୟ ସେନ୍, ଏହି ବିଜୟ ସହ ୯,୨୦୦ ଗୁରୁତ୍ୱପୂର୍ଣ୍ଣ ରାଙ୍କିଂ ପଏଣ୍ଟ ହାସଲ କରିଛନ୍ତି । ଏହା ତାଙ୍କୁ ୧୨ତମ ସ୍ଥାନରୁ ଉନ୍ନୀତ ହୋଇ ଶ୍ରେଷ୍ଠ ଆଠଜଣଙ୍କ ମଧ୍ୟରେ ସ୍ଥାନ ପାଇବାରେ ସାହାଯ୍ୟ କରିବ । ଏହି ଟ୍ରଫି ବିଜୟ ସହ ହାଙ୍ଗ୍ଝୌରେ ହେବାକୁ ଥିବା ଚଳିତ ବର୍ଷର ଶେଷ ବିଡବ୍ଲ୍ୟୁଏଫ୍ ପ୍ରତିଯୋଗିତା ବିଶ୍ଵ ଟୁର୍ ଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିବାର ତାଙ୍କ ସମ୍ଭାବନା ବୃଦ୍ଧି ପାଇବ।