ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଉଜିଲାଣ୍ଡ ବିପକ୍ଷ ମ୍ୟାଚ୍ରୁ ବାଦ ପଡିଛନ୍ତି । ଚଳିତ ବିଶ୍ୱକପ୍ ରେ ଭାରତ ଏବଂ ନିଉଜିଲାଣ୍ଡ ୨୨ ତାରିଖରେ ମୁହାଁମୁହିଁ ହେବାକୁ ଥିବାବେଳେ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ବିଶ୍ୱକପ୍ ସ୍ଥିତି ଦେଖିବାକୁଗଲେ ଭାରତ ଏବଂ ନିଉଜିଲାଣ୍ଡ ଦୁଇ ଏଭଳି ଦଳ ଯିଏ ବର୍ତ୍ତମାନ ସୁଦ୍ଧା ଅପରାଜିତ ରହି ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛନ୍ତି । ଦୁଇ ଦଳର ମହାମୁକାବିଲା ୨୨ ରେ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଘଟଣା ହେଉଛି ଭାରତୀୟ ଦଳ ଗୁରୁବାର ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳୁଥିବା ସମୟରେ ହାର୍ଦିକ ପାଣ୍ଡ୍ୟା ବୋଲିଂ କରୁଥିଲେ । ପ୍ରଥମ ଓଭରର ୩ୟ ବଲ ପକାଉଥିବାବେଳେ ପଡିଯାଇ ଆହତ ହୋଇଥିଲେ । ଏହାପରେ ତାଙ୍କୁ ଟେଷ୍ଟ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା । ଆଣ୍ଠୁରେ ଆଘାତ ଲାଗିଥିଲା ହେତୁ ସେ ପୁରା ମ୍ୟାଚରେ ବୋଲିଂ କରିପାରିନଥିଲେ । କିନ୍ତୁ ବର୍ତ୍ତମାନ ବଡ ଖବର ସାମ୍ନାକୁ ଆସୁଛି ପାଣ୍ଡ୍ୟା ନିଉଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଧର୍ମଶାଳା ଯାଇପାରିବେ ନାହିଁ । ସେ ବାଙ୍ଗାଲୁରୁରେ ଥିବା ନ୍ୟାସନାଲ କ୍ରିକେଟ ଏକାଡେମି (ଏନସିଏ) ଯାଇ ଡାକ୍ତରୀ ଦଳଙ୍କ ସାହାଯ୍ୟ ନେବେ । କିନ୍ତୁ ବଡ ଚିନ୍ତା ହେଲା ନିଉଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଦଳରୁ କେଉଁ ଖେଳାଳି ସ୍ଥାନ ପାଇବେ । ଭାରତୀୟ ଧିନାୟକ ରୋହିତ ଶର୍ମା ଦଳର ୧୧ ଖେଳାଳି ଚୟନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଅଧିକ ପଢନ୍ତୁ : ବିଶ୍ୱକପରେ ଲଗାତାର ଚତୁର୍ଥ ଥର ବିଜୟର ମୁକୁଟ ପିନ୍ଧିଛି ଭାରତ