ଗତ କାଲି ବିଶ୍ୱକପରେ ଖେଳାଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ବିରାଟ କୋହଲିଙ୍କ ଶତକ ସହ ୪ଟି ମ୍ୟାଚରୁ ୪ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏଥର ଟିମ୍ ଇଣ୍ଡିଆର ବିଜୟରେ ଷ୍ଟାର ସାଜି ଥିଲେ ବିରାଟ କୋହଲି । ବିରାଟ କୋହଲି ତାଙ୍କ ଦମଦାର ପ୍ରଦର୍ଶନ ରେ ଏହି ମ୍ୟାଚରେ ଶତକ ହାସଲ କରିବା ସହ ଭାରତକୁ ବିଜୟ ଦେଇଛନ୍ତି । ଏହି ମ୍ୟାଚରେ ସମସ୍ତ ଖେଳ ପ୍ରେମୀ ମାନଙ୍କୁ ଦେଖିବାକୁ ମିଳିଛି ବିରାଟ କୋହଲିଙ୍କର ରୋମାଞ୍ଚକ ବ୍ୟାଟିଂ ଷ୍ଟାଇଲ ।
ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ବାଂଲାଦେଶ କ୍ୟାପଟେନ୍ । ଏହାପରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାତର ବାହିନୀ । ଏହି ମ୍ୟାଚରେ ୨୫୭ ରନ କରିଥିଲା ଟିମ ବାଂଲାଦେଶ । ଏହାପରେ ୨୫୭ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଥିଲା । ସେତେବେଳେ ସମସ୍ତ ଭାରତୀୟଙ୍କର ନଜର ଥିଲା ଟିମ ଇଣ୍ଡିଆ ଉପରେ । ଏହାପରେ ଖେଳ ମୈଦାନରେ ନିଜର ଯାଦୁ ଦେଖେଇଲା ଟିମ ଇଣ୍ଡିଆ । କୋହଲିଙ୍କ ଅପରାଜିତ ଶତକ ସହ ରୋହିତ ଶର୍ମା (୪୮ରନ) ଓ ଶୁଭମନ ଗିଲ( ୫୩ ରନ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୫୭ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା । ଏହାସହ ବିରାଟ କୋହଲି ଅପରାଜିତା ୧0୩ ରନ ଏବଂ ୪୧.୩ ତମ ଓଭରରେ ଛକା ମାରି ନିଜର ୪୮ ତମ ଶତକ ପୂରଣ କରିବା ସହ ଭାରତକୁ ଭେଟି ଦେଇଥିଲେ ବିଜୟର ମୁକୁଟ ।