ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍'କୁ ନେଇ ଆକ୍ସନ ମୋଡ୍ରେ ରାଜ୍ୟ ସରକାର। ବାତ୍ୟାର ମୁକାବିଲା ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ପ୍ରଶାସନିକ ତତ୍ପରତା ବଢ଼ାଇବା ସହ ୮ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ୯ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
ବାତ୍ୟାର ଗତିପଥ, ପବନର ବେଗ, ବର୍ଷାର ପରିମାଣଠାରୁ ଆରମ୍ଭ କରି ଲୋକଙ୍କ ସ୍ଥାନାନ୍ତର, ଆଶ୍ରୟସ୍ଥଳ ପ୍ରସ୍ତୁତି, ଉଦ୍ଧାରକାରୀ ଟିମ୍ ଓ ରିଲିଫ୍ ବ୍ୟବସ୍ଥା ଉପରେ ରହିଛି ସରକାରଙ୍କ କଡ଼ା ନଜର।
କେଉଁ IASଙ୍କୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ?
- ଗଞ୍ଜାମ: ବିଜୟ ଅମୃତା କୁଲାଙ୍ଗେ
- ଗଜପତି: ମାନସୀ ନିମ୍ଭାଲ
- ପୁରୀ: ଅରବିନ୍ଦ ଅଗ୍ରୱାଲ
- ଜଗତସିଂହପୁର: ଯାମିନୀ ଷଡ଼ଙ୍ଗୀ
- କେନ୍ଦ୍ରାପଡ଼ା: ସ୍ମୃତିରଞ୍ଜନ ପ୍ରଧାନ
- ବାଲେଶ୍ୱର ଓ ଭଦ୍ରକ: କେ. ସୁଦର୍ଶନ ଚକ୍ରବର୍ତ୍ତୀ
- କନ୍ଧମାଳ: ଭୁପେନ୍ଦ୍ର ସିଂ ପୁନିଆ
- ମୟୂରଭଞ୍ଜ: ବିନିତ ଭରଦ୍ୱାଜ
ନିଯୁକ୍ତ ଅଧିକାରୀମାନେ ନିଜ ନିଜ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ। ଏଥିସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମନ୍ୱୟ, ତଦାରଖ ଏବଂ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ଦିଗ୍ଦର୍ଶନ ଦେବେ। ବାତ୍ୟାର ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।