ବାଲେଶ୍ୱର: ଖନ୍ତାପଡ଼ା ରେଳ ଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ରେଲୱେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଖନ୍ତାପଡ଼ା ଥାନା ଖନ୍ତାପଡ଼ା ରେଳ ଷ୍ଟେସନର ସେକ୍ସନ ନିକଟରେ ଟ୍ରେନରେ ଯିବା ସମୟରେ ଯୁବକ ଜଣକ ଖସିପଡ଼ିଥିବା ପୋଲିସ ସନ୍ଦେହ କରୁଛି । ଏନେଇ ଯୁବକଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରେଲୱେ ପୋଲିସ ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି । ଯୁବକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ ।