ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ଗୋବିନ୍ଦପୁରରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ଗତକାଲି( ରବିବାର) ବିଳମ୍ବିତ ରାତିରେ ସ୍ୱାମୀକୁ ହତ୍ୟା କରିଛି ପତ୍ନୀ। ସ୍ତ୍ରୀର ଛୁରାମାଡରେ ସ୍ବାମୀ ମୃତ ହୋଇଛି । ମୃତ ସ୍ବାମୀ ଜଣକ ହେଲେ ୩୫ ବର୍ଷୀୟ କାଳିଆ ସେଠୀ । ପରକ୍ରିୟା ପ୍ରୀତିରେ ପଡ଼ି ସ୍ତ୍ରୀ ନିଜ ସ୍ବାମୀକୁ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୋମବାର ସକାଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଛାତି ଓ ହାତରେ ଗଭୀର ଆଘାତ ଲାଗିଛି।
ଏହି ହତ୍ୟାକାଣ୍ଡରେ ମୃୃତକଙ୍କ ଶଶୂର ଓ ପତ୍ନୀ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଛି। ମୃତକଙ୍କ ମାଙ୍କ ଅଭିଯୋଗ ମୁତାବିକ, ଦୀର୍ଘ ଦିନ ଧରି ପୁଅ ବୋହୁଙ୍କ ସମ୍ପର୍କ ଭଲ ନଥିଲା ବୋହୂ ରାଗରେ ହତ୍ୟା କରିଛି। ଏହି ହତ୍ୟାରେ ତାଙ୍କ ବାପା (ମୃତକଙ୍କ ଶଶୂର) ଏଥିରେ ବୋହୂକୁ ସାହାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି।
ସୂଚନା ମୁତାବିକ ମୃତ କାଳିଆ ସେଠୀ ଦୀର୍ଘ ୧୫ ବର୍ଷ ପୂର୍ବେ ପୋଲସରା ଡିମ୍ୱିରିଆ ଗ୍ରାମର ପୂଜା ସେଠୀକୁ ଭଲପାଇ ପ୍ରେମ ବିବାହ କରିଥିଲେ l କିଛି ଦିନ ହେଲା ପୂଜା ମୋବାଇଲରେ ଅନ୍ୟ କାହା ସହ କଥା ହେଉଥିବା ନେଇ ସ୍ବାମୀ ଜଣଙ୍କ ସନ୍ଦେହ କରିଥିଲେ । ଏହି ଘଟଣାକୁ ନେଇ ପ୍ରତ୍ୟେକ ଦିନ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା l ତେବେ ଗତକାଲି ରାତିରେ କାଳିଆ ଘରେ ଶୋଇଥିବା ବେଳେ ପୂଜା ତାଙ୍କୁ ଛୁରାମାଡ଼ କରି ହତ୍ୟା କରିଛନ୍ତି l ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି l